ଭଦ୍ରକ କାଲିତ୍ରା ମନ୍ଦିର ଛକ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା : ସ୍ବାମୀ ଗୁରୁତର, ସ୍ତ୍ରୀ ମୃତ

ଭଦ୍ରକ(କେନ୍ଯୁଜ୍) : ଭଦ୍ରକ ବାରିକପୁର କାଲିତ୍ରା ମନ୍ଦିର ଛକ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଦୁର୍ଘଟଣାରେ ସ୍ବାମୀ ଗୁରୁତର, ସ୍ତ୍ରୀ ମୃତ। ସୂଚନା ଅନୁଯାୟୀ ସୋର ଅଞ୍ଚଳର ମନୋଜ ଗୁପ୍ତା ଓ ତାଙ୍କ ସ୍ତ୍ରୀ ସବିତା ଗୁପ୍ତା ଭୁବେନେଶ୍ୱର ଆଡୁ ସୋରକୁ ଫେରୁଥିବା ବେଳେ ଭଦ୍ରକ ୧୬ନଂ ଜାତୀୟ ରାଜପଥ ବାରୀକପୁର କାଳିତ୍ରା ମନ୍ଦିର ଛକ ନିକଟରେ ପୂର୍ବରୁ ବାଲି ବୋଝେଇ ହାଇୱା ଟ୍ରକ ଠିଆ ହୋଇଥିବା ବେଳେ ଭାରସ୍ଯାମ ହରାଇ ଏହି ହାଇୱା ଟ୍ରକ ପଛ ପଟେ କାର ଟି ବାଡେଇ ହୋଇଥିଲା।

ଯାହା ଫଳରେ କାର ଭିତରେ ବସିଥିବା ସୋର ଅଞ୍ଚଳରେ ମନୋଜ ଗୁପ୍ତା ଆହତ ହୋଇଥିବା ବେଳେ, ତାଙ୍କ ସ୍ତ୍ରୀ ବବିତା ଗୁପ୍ତାଙ୍କୁ ଗୁରତର  ଅବସ୍ଥାରେ ଭଦ୍ରକ ମୁଖ୍ଯ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଘଟଣାସ୍ଥଳରେ ସ୍ବିଫ୍ଟ ଡିଜେରୋ କାରଟି ଚୁର ମାର ହୋଇଯାଇଛି। ତେବେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।