ଦେଶୀ ବନ୍ଧୁକରେ ପତ୍ନୀକୁ ଗୁଳି କରି ହତ୍ୟା କଲା ମଦ୍ୟପ ସ୍ୱାମୀ

ବୌଦ୍ଧ(କେନ୍ୟୁଜ୍‌): ବୌଦ୍ଧରେ ଅଘଟଣ। ଦେଶୀ ବନ୍ଧୁକରେ ପତ୍ନୀଙ୍କୁ ଗୁଳିକରି ହତ୍ୟା କଲା ମଦ୍ୟପ ସ୍ୱାମୀ । ଅଭିଯୁକ୍ତକୁ କାବୁ କରି ପୋଲିସର ଜିମା ଦେଲେ ଗ୍ରାମବାସୀ । ସୂଚନା ଅନୁଯାୟୀ ବୌଦ୍ଧ ଜିଲ୍ଲା ହରଭଙ୍ଗା ଥାନା ଗେରେଡ଼ି ସାହି ଗ୍ରାମର ରୋହିତ ମଲ୍ଲିକ ଓ ପତ୍ନୀ ଗୀତାଞ୍ଜଳି ମଲ୍ଲିକଙ୍କ ମଧ୍ୟରେ ଘରୋଇ କଳହ ଲାଗିରହିଥିଲା । ଉଭୟେ ଅନେକ ସମୟ ଧରି ବଚସା ହୋଇଥିଲେ । ଏଥିରେ ଉକ୍ଷିପ୍ତ ହୋଇ ରୋହିତ ଏକ ଦେଶୀ ବନ୍ଧୁକରେ ପତ୍ନୀଙ୍କ ଉପରକୁ ଗୁଳି ଚଳାଇଥିଲେ ।

ଫଳରେ ଘଟଣାସ୍ଥଳରେ ହିଁ ଗୀତାଞ୍ଜଳି ଟଳି ପଡ଼ିଥିଲେ। ଘଟଣା ଘଟାଇ ଅଭିଯୁକ୍ତ ଫେରାର ହେବାକୁ ପ୍ରୟାସ କରୁଥିବା ବେଳେ ଗ୍ରାମବାସୀ ଅଭିଯୁକ୍ତକୁ କାବୁ କରି ପୋଲିସକୁ ଖବର ଦେଇଥିଲେ । ଖବର ପାଇ ହରଭଙ୍ଗା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତକୁ ଗିରଫ କରିବା ସହ ବନ୍ଧୁକ ଜବତ କରିଛି । ମୃତଦେହ ଜବତ କରି ଶବ ବ୍ୟବଚ୍ଛେଦ ପାଇଁ ବୌଦ୍ଧ ପଠାଯାଇଥିବା ଜଣାପଡିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.