ଭୁବନେଶ୍ବର (କେନ୍ୟୁଜ୍) : ଆମ ସମାଜରେ ଏମିତି କିଛି ଘଟଣା ଘଟୁଛି, ଯହାକୁ ବେଳେ ବେଳେ ବିଶ୍ବାସ କରିବା ସହଜ ହେଉନାହିଁ । ନାରୀ ନିର୍ଯାତନା ତ ସାଧାରଣ କଥା ହୋଇଛି । ତେବେ କେଉଁଭଳି ବର୍ବରତାର ସାମନା କରିବାକୁ ପଡୁଛି ତାର ଉଦାହରଣ ଦେଖିବାକୁ ମିଳିଛି ଏଇ ରାଜଧାନୀ ଭୁବନେଶ୍ବରରେ । ଜଣେ ସ୍ବାମୀ ତାର ସ୍ତ୍ରୀକୁ ନିଜ ବନ୍ଧୁଙ୍କ ସହ ଶାରୀରିକ ସମ୍ପର୍କ ରଖିବାକୁ ବାଧ୍ୟ କରିଛି । ଖାଲି ସେତିକି ନୁହେଁ, ଯେତେବେଳେ ଏଥିପାଇଁ ଅରାଜି ହୋଇଛି ଅତ୍ୟାଚାରର ଶିକାର ହୋଇଛି । ଶେଷରେ ଏମିତି ହେଲା ଯେ ସ୍ବାମୀ କଥା ନମାନିବାରୁ ତାଙ୍କ ଯୌନାଙ୍ଗରେ ତତଲା ନିଆଁ ଚେଙ୍କ ଦେଇଦେଲା ଶୈତାନ ସ୍ବାମୀ ।
ଏଇ ଅଭିଯୋଗ ନେଇ ଭୁବନେଶ୍ବର ମହିଳା ଥାନାରେ ନିଜ ସ୍ବାମୀଙ୍କ ବିରୋଧରେ ଅଭିଯୋଗ କରିଛନ୍ତି ଜଣେ ମହିଳା । ତାଙ୍କ ଅଭିଯୋଗ ଅନୁଯାୟୀ, ପ୍ରାୟ ଦେଢ଼ ବର୍ଷ ତଳେ ଚିହ୍ନା ଜଣା ଭିତରେ ଜଣେ ଯୁବକଙ୍କ ସହ ତାଙ୍କର ବିବାହ ହୋଇଥିଲା । ତେବେ ଅଳ୍ପ କିଛି ଦିନ ମଧ୍ୟରେ ଯୁବକ ଜଣକ କିନ୍ନର ବୋଲି ସେ ଜାଣି ପାରିଲେ । ତେବେ ଏକଥା ଜାଣିବା ପରେ ତାଙ୍କ ଉପରେ ଅତ୍ୟାଚାର ବଢ଼ି ଚାଲିଲା ଓ ଶେଷରେ ନିଜ ବନ୍ଧୁଙ୍କ ଶଯ୍ୟା ସଂଗିନୀ କରାଇ ଅର୍ଥ ରୋଜଗାର କରୁଥିଲା ବୋଲି ମହିଳା ଜଣକ କହିଛନ୍ତି । ସ୍ବାମୀ ହେଉଛନ୍ତି ମାନସ ମହାରଣା । ଯିଏକି ଚନ୍ଦକା ଅଞ୍ଚଳରେ ରହୁଛନ୍ତି । ତାଙ୍କ ବିରୋଧରେ ୪୯୮ ଦଫାରେ ମାମଲା ରୁଜୁ କରି ପୋଲିସ୍ ତଦନ୍ତ ଆରମ୍ଭ କରିଛି । ତେବେ ଅଭିଯୋଗ ସମ୍ପର୍କରେ ସ୍ବାମୀ ମାନସଙ୍କ ପ୍ରତିକ୍ରିୟା ମିଳି ପାରିନାହିଁ ।