ଚନ୍ଦ୍ରଭାଗାରେ ବନ୍ୟଜନ୍ତୁ ସୁରକ୍ଷା ଏବଂ ଜଙ୍ଗଲ କ୍ଷୟର ପ୍ରଭାବକୁ ନିଖୁଣ ଭାବେ ବାଲିରେ ଦର୍ଶାଇଲେ ବାଲୁକା ଶିଳ୍ପୀ

ପୁରୀ(କେନ୍ୟୁଜ୍): ଚନ୍ଦ୍ରଭାଗା ବେଳାଭୁମିରେ ଚାଲିଥିବା ଦଶମ ଅନ୍ତର୍ଜାତୀୟ ବାଲୁକା କଳା ଉତ୍ସବର ଆଜି ଦ୍ୱିତୀୟ ଦିନ । ବାଲୁକା ରାଶିରେ ସନ୍ତୁଳିତ ପରିବେଶ, ବନ୍ୟଜନ୍ତୁ ସୁରକ୍ଷା ଏବଂ ଜଙ୍ଗଲ କ୍ଷୟର ପ୍ରଭାବକୁ ଅତ୍ୟନ୍ତ ନିଖୁଣ ଭାବରେ ଦର୍ଶାଇଛନ୍ତି ବାଲୁକା ଶିଳ୍ପୀ । ଯାହାକୁ ଉପଭୋଗ କରିଥିଲେ ଦେଶ ବିଦେଶରୁ ଆସିଥିବା ଅଗଣିତ ଦର୍ଶକ । ଏହି ଉତ୍ସବରେ ୧୬ ଜଣ ଜାତୀୟ ବାଲୁକା ଶିଳ୍ପୀଙ୍କ ସହ ୟୁଏସ୍‌ଏ, ଆୟାରଲାଣ୍ଡ, ଡେନମାର୍କ, ରୁଷିଆ, କାନାଡା ଏବଂ ଦକ୍ଷିଣ ଆଫ୍ରିକା ଆଦି ୬ଟି ଦେଶରୁ ପ୍ରାୟ ୧୨୧ ଜଣ ଶିଳ୍ପୀ ଅଂଶଗ୍ରହଣ କରିଥିଲେ । ସେମାନଙ୍କ ମଧ୍ୟରୁ ୫୫ ଜଣ ହେଉଛନ୍ତି ମହିଳା । ପର୍ଯ୍ୟଟକଙ୍କ ପାଇଁ ବେଳାଭୁମିରେ ବାଲୁକା କଳା ସାଙ୍ଗକୁ ବିଭିନ୍ନ ପ୍ରକାର ଖାଦ୍ୟ ମେଳାର ମଧ୍ୟ ଅୟୋଜନ ମଧ୍ୟ କରାଯାଇଛି ।

 

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.