ନବରଙ୍ଗପୁର: ନିର୍ଭୟରେ ଗାଁ ମୁଣ୍ଡରେ ବୁଲୁଛନ୍ତି ଭାଲୁ, ଲୋକେ ଆତଙ୍କିତ

ନବରଙ୍ଗପୁର (କେନ୍ୟୁଜ୍‌) : ଦିନ ଦ୍ୱିପହରରେ ଗାଁ ମୁଣ୍ଡରେ ବୁଲୁଛନ୍ତି ଭାଲୁ । ଗୋଟିଏ ନୁହେଁ ଚାରି ଚାରିଟି ଜଙ୍ଗଲୀ ଭାଲୁ ନିର୍ଭୟରେ ବୁଲୁଥିବାର ଦେଖା ଯାଇଛି । ଯାହାକୁ ଦେଖି ଲୋକେ ବେଶ୍‌ ଭୟଭୀତ ହୋଇଛନ୍ତି। ନବରଙ୍ଗପୁର ନନ୍ଦାହାଣ୍ଡି ବ୍ଲକ୍‌ ରାସ୍ତାରେ ଏହି ଦୃଶ୍ୟ ଦେଖିବାକୁ ମିଳିଛି । ଏହି ଅଞ୍ଚଳର ଦୁଇଟି ଭିନ୍ନ ଭିନ୍ନ ଜାଗରେ ଆମ କ୍ୟାମେରା କଏଦ କରିଥିଲା ଭାଲୁଙ୍କ ଗତିବିଧି । ସିନ୍ଧିଗୁଡ଼ାରୁ ଖୁଣ୍ଟିଆ ଯାଇଥିବା ମୁଖ୍ୟ ରାସ୍ତା ।

wikd bear

ଭାଲୁ ରାସ୍ତା ଉପରେ ଯିବା ଦେଖି କିଛି ସମୟ ପାଇଁ ଯାତାୟତ ଠପ୍‌ ହୋଇଯାଇଥିଲା । ପୁଣି ଭାଲୁଗୁଡ଼ିକ ଚାଷ ଜମିରେ ବୁଲୁଥିବାର ଦେଖା ଯାଇଥିଲା । ଗତ ବର୍ଷ ସିନ୍ଧିଗୁଡ଼ା ଜଙ୍ଗଲରେ ଭାଲୁ ଆକ୍ରମଣରେ ଜଣେ ବୃଦ୍ଧାଙ୍କର ମୃତ୍ୟୁ ହୋଇଥିଲା । ଏସବୁ ଦୃଷ୍ଟିରୁ ଲୋକଙ୍କ ଭିତରେ ଆତଙ୍କ ବଢ଼ି ଯାଇଛି । ବନ ବିଭାଗ ପଦକ୍ଷେପ ନେବାକୁ ସ୍ଥାନୀୟ ବାସିନ୍ଦା ଦାବି କରିଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.