ରୋଷେଇ ଘରେ ପଶିଲା ଭାଲୁ, ସିସିଟିଭିରେ କଏଦ ହେଲା ଦୃଶ୍ୟ

ଉମରକୋଟ(କେନ୍ୟୁଜ୍): ଗାଁରେ ବୁଲୁଛି ଭାଲୁ । ନବରଙ୍ଗପୁର ଜିଲ୍ଲା ଉମରକୋଟ ପୌରାଞ୍ଚଳର ଦର୍ଗାଗୁଡ଼ା ଗାଁରେ ଭାଲୁ ବୁଲୁଥିବାର ଦୃଶ୍ୟ ସିସିଟିଭିରେ କଏଦ । ଗତକାଲି ରାତିରେ ଗାଁର ବରୁଣ ମଣ୍ଡଳ ତାଙ୍କ ରୋଷେଇ ଘରେ ଭାଲୁକୁ ଦେଖି ଭୟରେ ଚିତ୍କାର କରିଥିଲେ । ଚିତ୍କାର କରିବା ସମୟରେ ଭାଲୁ ତାଙ୍କ ଛୋଟ ଝିଅ ଉପରେ ଆକ୍ରମଣ କରିଥିଲା କିନ୍ତୁ କୌଶଳ କ୍ରମେ ବରୁଣ ଝିଅକୁ ସୁରକ୍ଷିତ ଭାବେ ଉଦ୍ଧାର କରିଦେଇଥିଲେ ।

ପରେ ଗାଁ ଲୋକ ବାଣ ଫୁଟା ଭାଲୁକୁ ତଡ଼ିଥିଲେ । ତାର କିଛି ସମୟ ପରେ ଭାଲୁକୁ ଏକ କଦଳୀ ବଗିଚା ଭିତରେ ଦେଖିବାକୁ ମିଳିଥିଲା । ଗାଁର ଅନେକ ଲୋକଙ୍କ ଘର ଜିନିଷ ଉଲଟ ପାଲଟ କରିଥିବାର ଦୃଶ୍ୟ ମଧ୍ୟ ଦେଖିବାକୁ ମିଳିଛି । ଖାଦ୍ୟ ଅନେ୍ଵଷଣରେ ଗାଁକୁ ଭାଲୁ ଆସୁଥିବା ଅନୁମାନ କରାଯାଉଥିବା ବେଳେ ଭାଲୁ ପାଇଁ ଭୟଭୀତ ଗ୍ରାମବାସୀ ।

Leave A Reply

Your email address will not be published.