ରାଜ୍ୟ

କେନ୍ଦୁଝର ପୁରୁଣାବାନ୍ଧଗୋଡା ଗାଁରେ ଭାଲୁ ଆତଙ୍କ: ଲୋକେ ଭୟଭୀତ, ବନବିଭାଗର ରାତ୍ରୀ ପାଟ୍ରୋଲିଂ ଜାରି

ଆନନ୍ଦପୁର(କେନ୍ୟୁଜ୍): ଆନନ୍ଦପୁର ବନ୍ଯପ୍ରାଣୀ ବନଖଣ୍ତ ଅଧିନ ବରାଙ୍ଗ ସଂରକ୍ଷିତ ଜଙ୍ଗଲ ନିକଟବର୍ତ୍ତୀ ପୁରୁଣାବାନ୍ଧଗୋଡା ଗ୍ରାମରେ ଆଜି ଦିନ ଦ୍ବିପହରରେ ଏକ ହିଂସ୍ର ଭାଲୁ ପଶି  ଏଣେ ତେଣେ ବୁଲୁଥିବାର ଲୋକ ଦେଖି ଥିଲେ । ଭୟରେ ଗାଁରେ ତାଟି କବାଟ ପଡିଯାଇଥିଲା। ବନ ବିଭାଗ କର୍ମଚାରୀ  ପହଞ୍ଚି  ଗାଁଲୋକଙ୍କ ସହାୟତାରେ ଠେଙ୍ଗା ବାଡି ବାଣ ଫୁଟାଇ ଭାଲୁକୁ ଜଙ୍ଗଲ ମଧ୍ଯକୁ ଘଉଡାଉଥିଲେ। ଏହି ସମୟରେ ଭାଲୁ ଉକ୍ଷିପ୍ତ ହୋଇ ଲୋକଙ୍କ ଉପରକୁ ଝାମ୍ପ ମାରିବା ସହ ରାସ୍ତା ଉପରେ ଥିବା  ସ୍ଥାନୀୟ ଫରେଷ୍ଟଗାର୍ଡ ଅବିନାଶ ପରିଡାଙ୍କ ବାଇକକୁ କାମୁଡି ଖିନଭିନ କରି ଜଙ୍ଗଲ ଭିତରକୁ ଟାଣି ନେଇଥିଲା। ଏହାସହ ଗତ ରାତ୍ରିରେ ଶରତ ମହାନ୍ତିଙ୍କ ଦୋକାନ ବାହାରେ ଥିବା ଆସବାବପତ୍ର ନଷ୍ଟ କରିଥିବାର ଅଭିଯୋଗ ହୋଇଛି। ପରେ ଲୋକ ହୋହାଲ୍ଲା କରିବାରୁ ଭାଲୁଟି ସ୍ଥାନୀୟ ଝାଟିଆ ବୁଦା ଭିତରେ ଲୁଚି ରହିଥିଲା। ଜଙ୍ଗଲ ବିଭାଗ କର୍ମଚାରୀ  ଭାଲୁଟିକୁ ଘଉଡାଇବାକୁ ଶତଚେଷ୍ଠା କଲେ ମଧ୍ଯ ରାତ୍ରୀ ପର୍ଯ୍ଯନ୍ତ ବିଫଳ ହୋଇଛନ୍ତି । ଜଙ୍ଗଲ ବିଭାଗ କର୍ମଚାରୀ ଭାଲୁର ଗତିବିଧି ଉପରେ ନଜର ରଖିବା ସହ ପୁରୁଣା ବାନ୍ଧଗୋଡା ନଣ୍ତାବର ରାସ୍ତାକୁ ସିଲ କରି ସ୍ଥାନେ ସ୍ଥାନେ ନିଆଁ ଲଗାଇ ଜଗି ରହିଛନ୍ତି। ଭାଲୁ ରହି ରହି ଗର୍ଜନ କରୁଥିବା ଜଣା ପଡୁଛି।

ବନବିଭାଗ କର୍ମଚାରୀଙ୍କ କହିବା ମୁତାବକ ଭାଲୁଟି ହୁଏତ  ପରସ୍ପର ମଧ୍ଯରେ ଆକ୍ରମଣ ଘଟି ଆହାତ ହୋଇଥାଇ ପାରେ  ଯାଦ୍ବାରା ସେ ଅଧିକ ହିଂସ୍ର ହୋଇ ଉଠିଛି। ଖବର ପାଇ ଆନନ୍ଦପୁର ବନବିଭାଗର ଏକ ସ୍ବତନ୍ତ୍ର ଦଳ ପହଞ୍ଚି ଘଟଣା ସଂମ୍ପର୍କରେ ନଜର ରଖିଛନ୍ତି । ଡାକବାଜୀ ଯନ୍ତ୍ର ଦ୍ବାରା ଲୋକଙ୍କୁ ଭାଲୁର ଗତିବିଧି ଉପରେ ସୂଚନା ପ୍ରଦାନ କରାଯାଉଥିବା ବେଳେ ଦୋକାନ ବଜାର ବନ୍ଦ ରଖାଯିବା ସହ ଗାଁରେ ସଂଧ୍ଯା ପରେ ଏକୁଟିଆ  ପଦାକୁ ନବାହାରିବାକୁ ପରାମର୍ଶ ଦିଆଯାଉଛି ।ପ୍ର କାଶ ଥାଉକି ଗତ କିଛି ଦିନତଳେ ତିନୋଟି ଭାଲୁ ଗାଁ ଶିବ ମନ୍ଦିର ଉପରେ ଚଢି ମହୁଖାଉଥିବା ସହ ସଂଧ୍ଯା ସମୟରେ ଗାଁ ଦାଣ୍ତରେ ବୁଲୁଥିବା ଦୃଶ୍ଯ ବିଭିନ୍ନ ସୋସିଆଲ ମିଡିଆରେ ଭାଇରାଲ ଭୋଇଥିଲା । ଆଜି ଦିନ ଦ୍ବି ପ୍ରହରରେ ଭାଲୁ  ଗାଁଦାଣ୍ତରେ ବୁଲିବା ପରେ ଭୟର ବାତାବରଣ ଖେଳିଯାଇଛି।

KNews Bureau

Recent Posts

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

7 hours ago

ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ

ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…

8 hours ago

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ, ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…

8 hours ago

ଓଡ଼ିଶା ଫେରିବେ କେନ୍ଦ୍ର କୃଷି ସଚିବ ମନୋଜ ଆହୁଜା, ହେବେ କି ରାଜ୍ୟରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ୱର: ରାଜ୍ୟରେ ନୂଆ ମୁଖ୍ୟ ସଚିବ ହେବେ କି ମନୋଜ ଆହୁଜା? ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।…

9 hours ago

‘ଡ. ସାମନ୍ତଙ୍କ ଭଳି ସମର୍ପିତ ହୋଇ କାର୍ଯ୍ୟ କଲେ ଆର୍ଟ ଅଫ ଗିଭିଂର ଯଥାର୍ଥତା ପ୍ରତିପାଦିତ ହୋଇ ପାରିବ’

ଭଦ୍ରକ (କେନ୍ୟୁଜ୍‌) : ଭଦ୍ରକରେ ଜିଲ୍ଲା ସ୍ତରୀୟ ଆର୍ଟ ଅଫ ଗିଭିଂ ଦିବସ ସମାରୋହରେ ପାଳିତ ହୋଇଯାଇଛି । ଜିଲ୍ଲା…

9 hours ago

ସରୋଗେସି ମାଧ୍ୟମରେ ମା’ ହେଲେ ବି ମିଳିବ ୬ ମାସ ଛୁଟି

ମାତୃତ୍ୱ ଛୁଟି ଉପରେ ସରକାରଙ୍କର ବଡ଼ ନିଷ୍ପତ୍ତି । ସରୋଗେସି ମାଧ୍ୟମରେ ମାଆ ହେବାକୁ ଥିବା ମହିଳାମାନଙ୍କ ପାଇଁ ଖୁସି…

9 hours ago