ଭାଲୁ ଆସିଥିଲା ପାଠପଢି ! ସିସିଟିଭିରେ କଏଦ ହେଲା ଭିଜୁଆଲ୍

ମାଲକାନଗିରି(କେନ୍ଯୁଜ୍): ପୁଣି ବିଦ୍ୟାଳୟରେ ପରିସରରେ ଜଙ୍ଗଲୀ ଭାଲୁ। ବିଦ୍ୟାଳୟରେ ଲାଗିଥିବା CCTV ରେ କଏଦ ହେଲା ଜଙ୍ଗଲୀ ଭାଲୁଙ୍କ ଦୃଶ୍ୟ। ମାଲକାନଗିରି ଜିଲ୍ଲା ଗୋବିନ୍ଦପଲ୍ଲୀ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଆତଙ୍କ ଖେଳାଇଛନ୍ତି ଭାଲୁ ।

ଖାଦ୍ୟ ଅନ୍ୱେଷଣରେ ରାତି ୯ଟା ପରେ ବିଦ୍ୟାଳୟ ପରିସରରେ ପ୍ରତିଦିନ ୩ରୁ ଅଧିକ ଭାଲୁ ପୋଶୁଛନ୍ତି। ପରିସର ଚାରିପଟେ ବୁଲି ଖାଦ୍ୟ ଅନ୍ୱେଷଣ କରୁଛନ୍ତି। ଏହି ଆବାସିକ ବିଦ୍ୟାଳୟରେ ଶତାଧିକ ଆଦିବାସୀ ଛାତ୍ରଛାତ୍ରୀ ହଷ୍ଟେଲରେ ରହି ପାଠ ପଢ଼ୁଥିବା ବେଳେ ସେମାନଙ୍କ ଜୀବନ ପ୍ରତି ବଡ଼ ବିପଦ ରହିଛି।

କେତେବେଳେ ପିଲା ହଷ୍ଟେଲ ବାହାରକୁ ବାହାରିବା ବେଳେ ଭାଲୁ ହାବୁଡ଼ରେ ନ ପଡିବେ କିଏ କହିବ। ତେଣୁ ବନ ବିଭାଗକୁ ସ୍କୁଲ କର୍ତ୍ତୃପକ୍ଷ ସୂଚନା ଦେବାପରେ ଏବେ ବନ ବିଭାଗ ଭାଲୁ ମାନଙ୍କୁ କାବୁ କରିବାକୁ ଯୋଜନା ଆରମ୍ଭ କରିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.