ବାରହା ମାଂସ ଜବତ ମାମଲା, ଶିକାରୀକୁ ୩ ବର୍ଷ ଜେଲ ଦଣ୍ଡାଦେଶ

ମୟୂରଭଞ୍ଜ : ଶିକାରୀ ବିରୋଧରେ ହେଲା ଦୃଷ୍ଟାନ୍ତ ମୂଳକ କାର୍ଯ୍ୟାନୁଷ୍ଠାନ । ଶିମିଳିପାଳରୁ ଗିରଫ ଶିକାରୀକୁ ୩ ବର୍ଷ ଜେଲ ଦଣ୍ଡାଦେଶ । ଏଥି ସହିତ ୫୦ ହଜାର ଟଙ୍କା ଜରିମାନା ଏବଂ ଅନାଦେୟ ଅଧିକ ୯ ମାସ ଅଧିକ ଜେଲ ଦଣ୍ଡ ଶୁଣାଇଛନ୍ତି ମୟୂରଭଞ୍ଜ ମୁଖ୍ୟ ବିଚାର ବିଭାଗୀୟ ଅଦାଲତ ଜଜ୍ ଦେବାଶିଷ ମହାନ୍ତି । ଅଭିଯୁକ୍ତ ଜଣକ ଉଦଳା ଥାନା ଅନ୍ତର୍ଗତ କାଶିକୁଣ୍ଡଳ ଗ୍ରାମର ହରି ନାଏକ ।
୨୦୨୧ ମସିହା ଫେବ୍ରୁଆରୀ ମାସରେ ବନବିଭାଗ ଡୁକୁରା ବନାଞ୍ଚଳରେ ପେଟ୍ରୋଲିଂ ସମୟରେ ଗିରଫ ହୋଇଥିଲା ଅଭିଯୁକ୍ତ ହରି । ଗିରଫ ବେଳେ ତା ନିକଟରୁ ୧୦ କିଲୋ ବାରହା ମାଂସ ଜବତ କରିଥିଲା ବିଭାଗ । ଏଭଳି କାର୍ଯ୍ୟାନୁଷ୍ଠାନ ପରେ ଶିକାରୀଙ୍କ ମଧ୍ୟରେ ଏକ ଭୟର ବାତାବରଣ ସୃଷ୍ଟି ହେବ । ଶିମିଳିପାଳରୁ ଶିକାର କରିବା ପୂର୍ବରୁ ପୁଣି ଥରେ ଭାବିବାକୁ ପଡିବ ଶିକାରୀମାନଙ୍କୁ ।