ଚମ୍ପୁଆ ବନାଞ୍ଚଳରେ ବଣୁଆ ହାତୀଙ୍କ ଉପଦ୍ରବ, ଲକ୍ଷ୍ମୀପାସି ଗାଁରେ ପଶି ଭାଙ୍ଗିଲେ ଘରଦ୍ବାର

କେନ୍ଦୁଝର: କେନ୍ଦୁଝର ଜିଲ୍ଲା ଚମ୍ପୁଆ ବନାଞ୍ଚଳ ଅନ୍ତର୍ଗତ ଉଖୁଣ୍ଡା ସେକ୍ସନରେ ବଣୁଆ ହାତୀଙ୍କ ଉପଦ୍ରବ । ଗତକାଲି ଏକ ୧୭ ଟିକିଆ ହାତୀପଲ ମୟୁରଭଞ୍ଜ ଜିଲ୍ଲାରୁ ଆସି ଚମ୍ପୁଆ ବନାଞ୍ଚଳ ଅନ୍ତର୍ଗତ ଟୁଣୁ ଟୁଣା ପାଖ ଆମ୍ବ ବଗିଚାରେ ରହି ପ୍ରତିଦିନ ବୈତରଣୀ ନଦୀ କୂଳରେ ଚାଷ ହୋଇଥିବା ଦାଲୁଆ ଧାନ ଓ ପନିପରିବା ଖାଇ ରହିଥିଲେ ।

ହେଲେ ଆଜି ସେ ଅଂଚଳରୁ ବିଳମ୍ବିତ ରାତିରେ କାଟୁଲି କଣା ଦେଇ ଚନ୍ଦ୍ରଶେଖରପୁର ପଂଚାୟତର ଲକ୍ଷ୍ମୀପାସି ଗାଁରେ ପଶିଥିଲେ । ଗାଁର ଲେବି ମୁଣ୍ଡା ଓ ରମାଇ ମୁଣ୍ଡାଙ୍କ ଘର ଭାଙ୍ଗି ଧନ ଚାଉଳ ଖାଇଯିବା ସହ ବ୍ୟାପକ ନଷ୍ଟ କରିଛନ୍ତି । ଖବର ପାଇ ବନବିଭାଗ କର୍ମଚାରୀ ଗାଁରେ ପହଂଚି ହାତୀଙ୍କୁ ନିକଟସ୍ଥ ଗିଧି ବାସ ଜଙ୍ଗଲକୁ ଘଉଡ଼ାଇ ଦେଇଥିବା ଜଣାପଡିଛି ।

Leave A Reply

Your email address will not be published.