ଗାଁ ଭିତରେ ଦୁଇ ଦନ୍ତା ହାତୀ, ଘଉଡ଼ାଇବାକୁ ଯାଇ ଜଣେ ଗ୍ରାମବାସୀ ଆହତ
ଢେଙ୍କାନାଳ : ଗାଁ ଭିତରେ ଉପଦ୍ରବ କରୁଛନ୍ତି ଦୁଇ ଦନ୍ତା ହାତୀ । ଢେଙ୍କାନାଳ ବନଖଣ୍ଡ ଜିରାଳ ଫରେଷ୍ଟ ସେକ୍ସନରେ ଥିବା ଜିରାଳ ଗାଁ ଓ ବଜାରରେ ଦନ୍ତା ଆତଙ୍କ । ଗାଁ ଭିତରେ ଓ ବଜାରରେ ବୁଲିଲେ ଦୁଇ ଦନ୍ତା । ଆଜି ଭୋର ସମୟରେ ଜିରାଳ ଗାଁ ଓ ବଜାର ମଧ୍ୟରେ ଦୁଇଟି ଦନ୍ତାହାତୀ ବୁଲୁଥିବାର ଦେଖାଦେଇଥିଲା ।
ସ୍ଥାନୀୟ ଜଙ୍ଗଲରୁ ହାତୀ ଦୁଇଟି ଗାଁ ଭିତରେ ପଶି ଦୀର୍ଘ ସମୟ ଧରି ଆତଙ୍କ ଖେଳାଇଥିଲେ । ସ୍ଥାନୀୟ ବାସିନ୍ଦା ଆତଙ୍କିତ ହୋଇଥିବା ବେଳେ ହାତୀ ଘଉଡ଼ାଇବାକୁ ଯାଇ ଜଣେ ଗ୍ରାମବାସୀ ଆହତ ହୋଇଛନ୍ତି । ମହେଶ୍ୱର ବାରିକ ନାମକ ଗ୍ରାମବାସୀ ଆହତ ହୋଇଛନ୍ତି । ଖବରପାଇ ବନବିଭାଗ ପହଞ୍ଚି ଗ୍ରାମବାସୀଙ୍କ ସହଯୋଗରେ ଦୁଇ ଦନ୍ତାକୁ ନିକଟସ୍ଥ ଜଙ୍ଗଲକୁ ଘଉଡ଼ାଇ ଦେଇଛନ୍ତି ।