କରଞ୍ଜିଆ ଅଞ୍ଚଳବାସୀଙ୍କ ନିଦ ହଜାଇଛନ୍ତି ୨୬ଟିକିଆ ହାତୀପଲ, ୩ଟି ଘର ଭାଙ୍ଗିବା ସହ କରିଛନ୍ତି ବ୍ୟାପକ କ୍ଷୟକ୍ଷତି 

କରଞ୍ଜିଆ(କେନ୍ଯୁଜ୍): କରଞ୍ଜିଆ ବନଖଣ୍ଡରେ ଥମୁନି ହାତୀ ଆତଙ୍କ । ଅଞ୍ଚଳବାସୀଙ୍କ ନିଦ ହଜାଇ ଦେଇଛନ୍ତି ୨୬ଟିକିଆ ହାତୀପଲ । କରଞ୍ଜିଆରେ ହାତୀ ଆତଙ୍କ ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ । ଗତକାଲି ବିଳମ୍ବିତ ରାତ୍ରିରେ ୩ ଟି ଘର ଭାଙ୍ଗିବା ସହିତ ବ୍ୟାପକ କ୍ଷୟକ୍ଷତି ଘଟାଇଛନ୍ତି ।

ଖସାକୁଦର ଗାଁର ପ୍ରଫୁଲ ମହାନ୍ତ, ଓରିଅମ ତ୍ରିଲୋଚନ ମହାନ୍ତଙ୍କ ଘର ଭାଙ୍ଗି ଧାନ ଚାଉଳ ଖାଇଯାଇଛନ୍ତି । ସେହପିରି ନରେନ୍ଦ୍ର ମହାନ୍ତଙ୍କ ଘରର କାନ୍ଥ ଭାଙ୍ଗି ଦେଇଛନ୍ତି । ହାତୀପଲଙ୍କ ପାଇଁ ଅନେକ ସମୟରେ ବିଜୁଳି କାଟ ହେଉଛି । ବନବିଭାଗ ହାତୀ ଘଉଡାଇବା ସତ୍ତ୍ୱେ ହାତୀ ଉପଦ୍ରବ ଜାରି ରହିଛି । ତେବେ ଆଜି ହାତୀପଲ କେଉଁଠାରେ ଅଛନ୍ତି କୌଣସି ସୂଚନା ମିଳିପାରିନାହିଁ ।

 

Leave A Reply

Your email address will not be published.