ବଜାର ଭିତରେ ଆତଙ୍କ ରଚିଲା ବଣୁଆ ହାତୀ, ଭଙ୍ଗାରୁଜା ପରେ ପୁଣି ଜଙ୍ଗଲକୁ ଫେରିଗଲା

ବାଲେଶ୍ବର(କେନ୍ୟୁଜ୍): ଗାଁ ଭିତରେ ପଶିଲା ଦନ୍ତା । ଦନ୍ତାହାତୀକୁ ଦେଖି ଲୋକେ ଆତଙ୍କିତ ଥିବା ଦେଖିବାକୁ ମିଳିଛି । ବାଲେଶ୍ଵର ଜିଲ୍ଲା ରେମୁଣା ବ୍ଲକ ଦୁର୍ଗାଦେବୀ ପଞ୍ଚାୟତ କୁଆଳହାତୀ ଓ ଚାନ୍ଦ କୁନ୍ଦିଆ ଗ୍ରାମରେ ଆଜି ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି । ଫଳରେ ଲୋକମାନେ ଘଉଡ଼ାଇବାକୁ ଚେଷ୍ଟା କରୁଥିବା ବେଳେ ହାତୀଟି ଦୁର୍ଗାଦେବୀ ବଜାର ଭିତରକୁ ପଶି ଯାଇଥିଲା ।

ଦୀର୍ଘ ସମୟଧରି ହାତୀଟି ବଜାର ଭିତରେ ଆତଙ୍କ ରଚିଥିବା ବେଳେ ଲୋକେ ଭୟଭୀତ ହୋଇଯାଇଥିଲେ । ବାଲେଶ୍ଵର ଓ ମୟୂରଭଞ୍ଜ ସୀମାନ୍ତ କୁଆଳହାତୀ ଗ୍ରାମର କିଛି ଘର ଭାଙ୍ଗିବା ସହିତ କିଛି ଲୋକଙ୍କ ବାଡ଼ିରେ ପଶି ବହୁ ମୂଲ୍ୟବାନ ଗଛ ସବୁ ଭାଙ୍ଗି ନଷ୍ଟ କରି ଦେଇଛି । ପରେ ହାତୀଟି ଜଙ୍ଗଲ ଭିତରକୁ ପଳେଇ ଯାଇଥିବା ଦେଖିବାକୁ ମିଳିଥିବାବେଳେ ଏ ସମ୍ପର୍କରେ ଲୋକେ ବନବିଭାଗକୁ ଅବଗତ କରିଛନ୍ତି । ବନବିଭାଗ ହାତୀର ଗତିବିଧି ଉପରେ ନଜର ରଖିଛି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.