ମୁଣ୍ଡୁଳିରେ କିଭଳି ମଲା ଦନ୍ତା, ତଦନ୍ତ ହେବ ବୋଲି କହିଲେ ପିସିସିଏଫ

କେନ୍ୟୁଜ୍(ବ୍ୟୁରୋ): ମୁଣ୍ଡୁଳିରେ ହାତୀ ମୃତ୍ୟୁର ତଦନ୍ତ ହେବ । କେଉଁ ପରିସ୍ଥିତିରେ ହାତୀଟିର ଜୀବନ ଗଲା ତାର ତଦନ୍ତ ହେବ । ଏନେଇ ସୂଚନା ଦେଇଛନ୍ତି ପିସିସିଏଫ୍‌ ଶଶୀ ପଲ୍‌ । ପୋଷ୍ଟମର୍ଟମ ରିପୋର୍ଟକୁ ଅପେକ୍ଷା ରହିଛି । ତଦନ୍ତ ପରେ କେହି ଦୋଷୀ ଜଣା ପଡ଼ିଲେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ପିସିସିଏଫ୍‌ କହିଛନ୍ତି । ସେ କହିଛନ୍ତି, ହାତୀ ପଲ ନଦୀ ପାର ହୋଇଗଲେ । ମୃତ୍ୟୁବରଣ କରିଥିବା ହାତୀଟି ସୁସ୍ଥ ସବଳ ଥିଲେ ବି ଏମିତି ଜାଗାରେ ଫସିଗଲା ଯେ ବାହାରି ପାରିଲା ନାହିଁ ।

ଦେଶର ବଡ଼ ବଡ଼ ସଂସ୍ଥାର ବନ୍ୟପ୍ରାଣୀ ବିଶେଷଜ୍ଞଙ୍କ ସହ ଆଲୋଚନା କରାଯାଉଛି । ହାତୀ ପାଣିରେ ଥିବା ଫଟୋ ଓ ଭିଡିଓ ପଠାଯାଇଛି । ଆଗାମୀ ଦିନରେ ପାଣିରେ ଯାତାୟତ ସମୟରେ ହାତୀଙ୍କ ଉପରେ ତୀକ୍ଷଣ ନଜର ରଖାଯିବ । ଏଭଳି ଘଟଣା ନଘଟିବା ପାଇଁ ଜଳସେଚନ ବିଭାଗ ସହ ଆଲୋଚନା କରାଯାଇଛି । ବ୍ୟାରେଜ୍‌ ନିକଟରେ ହାତୀଙ୍କ ଚଲାପଥ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯିବ ବୋଲି ପିସିସିଏଫ୍‌ କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.