ଜଙ୍ଗଲୀ ଜନ୍ତୁ ମାଂସ ଓ ଚମଡା ସହ ଧରା ହେଲେ ବ୍ୟକ୍ତି, ରାନ୍ଧିବା ବେଳେ ଘରୁ ଉଠାଇ ଆଣିଲା ବନବିଭାଗ

ନରସିଂହପୁର: ପଶୁଠୁ ହିଂସ୍ର ମଣିଷ ! ଖାଇଗଲେ ଜଙ୍ଗଲୀ ଜନ୍ତୁଙ୍କ ମାଂସ ।  ଏପରି ଘଟଣା ନରସିଂହପୁରରୁ ଆସିଛି । ଜଙ୍ଗଲୀ ପଶୁ ମାଂସ ରାନ୍ଧିବା ବେଳେ ଧାରା ପଡ଼ି଼ଲ୍ଲେ ବାବା ।  ନରସିଂହପୁର ପୂର୍ବ ବନବିଭାଗ ଚଢ଼ାଉ କରି ଆତଣ୍ଡା ଗ୍ରାମର ପ୍ରକାଶ ଚନ୍ଦ୍ର ଦାସଙ୍କୁ ନିଜ ଘରୁ ଗିରଫ କରିଛି ।  ଏଠି ସହିତ ଦୁଇ କେଜି ରନ୍ଧା ମାଂସ ସହ ଏକ ଚମଡା ଜବତ ହୋଇଛି ।

ସୂଚନା ଯୋଗ୍ୟ ଅଗଷ୍ଟ ୨୮ ତାରିଖରେ ରେଢ଼ାଖୋଲରୁ ଏପରି ଏକ ଘଟଣା ସାମ୍ନାକୁ ଆସିଥିଲା । ଗିରିଶ୍ଚନ୍ଦ୍ରପୁର ବନାଞ୍ଚଳ ହୀରାଲାଇ ଗାଁ ନିକଟ ଲଣ୍ଡାକୋଟ ଜଙ୍ଗଲରେ କଲରାପତରିଆ ଶିକାର କରି ମାଂସ ରୋଷେଇ ହେଉଥିବା ବେଳେ ବନବିଭାଗ ଖବର ପାଇଥିଲା ।  ରାତି ପ୍ରାୟ ୧୧ଟା ବେଳେ ଚଢ଼ଉ କରି ୩ ଜଣଙ୍କୁ ଗିରଫ କରିଥିଲା ବନ ବିଭାଗ ।  ଏପରିକି ଘଟଣା ସ୍ଥଳରୁ ରନ୍ଧା ମାଂସ, କଟା ମୁଣ୍ଡ, ଖପୁରୀ, ଗୋଡ଼, ଲାଞ୍ଜ, ଚମଡ଼ା ସହ ଶରୀରର ଅନ୍ୟ ଅଂଶ ଜବତ ହୋଇଥିଲା ।  ପୂର୍ବରୁ ସମ୍ବର, କୁଟୁରା, ବାର୍‌ହା, ଠେକୁଆ ସହ ଅନ୍ୟ ବନ୍ୟଜନ୍ତୁଙ୍କ ମାଂସ ଖାଇବା ଦେଖିବାକୁ ମିଳୁଥିଲା ।  ହେଲେ ଏହି ଘଟଣା ସମସ୍ତଙ୍କୁ ଚକିତ କରିଛି ।

 

You might also like