ଶିମିଳିପାଳ କୋର୍ ଅଞ୍ଚଳକୁ ଗଲା ବାଘୁଣୀ ‘ଯମୁନା’, ସୁସ୍ଥ ସବଳ ଥିବା ସୂଚନା ଦେଲେ ବନ୍ୟପ୍ରାଣୀ ପିସିସିଏଫ

ସିମିଳିପାଳ : ମହାରାଷ୍ଟରୁ ଆସିଥିବା ବାଘୁଣୀକୁ ସିମିଳିପାଳ କୋର୍ ଅଞ୍ଚଳରେ ଛଡ଼ାଗଲା । ସଠିକ୍ ଭାବେ କୋର୍ ଅଞ୍ଚଳରେ ଏନକ୍ଲୋଜରରେ ଛଡ଼ାଯାଇଛି । ବାଘୁଣୀ ସଂପୂର୍ଣ୍ଣ ଭାବେ ସୁସ୍ଥ ସବଳ ଥିବା ସୂଚନା ଦେଇଛନ୍ତି ବନ୍ୟପ୍ରାଣୀ ପିସିସିଏଫ । ଶିମିଳିପାଳରେ ପାଦ ଥାପିଲା ନୂଆ ଅତିଥି ଯମୁନା । ମହାରଷ୍ଟ୍ରରୁ ଆସିବା ପରେ ଶିମିଳିପାଳ ଅଭୟାରଣ୍ୟରେ ବୁଲିଲା ବାଘୁଣୀ ‘ଯମୁନା’ । ବାଘୁଣୀକୁ କବାଟଘାଇ କୋର ଅଞ୍ଚଳରେ ଏନକ୍ଲୋଜର ମଧ୍ୟରେ ଛଡାଯାଇଛି । ବାଘୁଣୀ ସମ୍ପୁର୍ଣ୍ଣ ସୁସ୍ଥ ଓ ଚଳଚଞ୍ଚଳ ଅଛି ।ଜେନେଟିକ ଡାଇଭର୍ସିଟି ବଢ଼ାଇବା ପାଇଁ ବାଘୁଣୀକୁ ଅଣାଯାଇଛି ।
ଶନିବାର ସକାଳ ୯ଟା ବେଳେ ଏକ ସ୍ଵତନ୍ତ୍ର ଟିମ୍ ମହାରାଷ୍ଟ୍ରର ତଡୋବା ଅନ୍ଧାରୀ ବ୍ୟାଘ୍ର ସଂରକ୍ଷିତ ଜଙ୍ଗଲରୁ ବାଘୁଣୀ ଯୁମନାକୁ ନେଇ ଓଡ଼ିଶା ଅଭିମୁଖେ ବାହାରିଥିଲେ । ଗତକାଲି ସନ୍ଧ୍ୟା ୭ଟା ବେଳେ ଯଶିପୁର କାଳିଆଣି ବାଟ ଦେଇ ଶିମିଳିପାଳକୁ ପ୍ରବେଶ କରିଥିଲା ବାଘୁଣୀ । ନିଆଯାଇଥିଲା କୋର ଅଞ୍ଚଳକୁ । ରାତିରୁ ସକାଳ ପର୍ଯ୍ୟନ୍ତ ବାଘୁଣୀ ଉପରେ ରହିଥିଲା ନଜର । ଆଉ ସକାଳୁ ବାଘୁଣୀକୁ ଏନ୍କ୍ଲୋଜର ମଧ୍ୟକୁ ଛାଡିଥିଲେ ଶିମିଳିପାଳ କତ୍ତୃପକ୍ଷ । ଶିମିଳିପାଳରେ ପୂର୍ବରୁ ୨୮ଟି ମହାବଳ ବାଘ ଥିବା ବେଳେ ଏବେ ଆଉ ଜଣେ ଅତିଥି ଯୋଡି ହୋଇଛି । ଶୀଘ୍ର ଆଉ ଗୋଟିଏ ବାଘୁଣୀ ମଧ୍ୟ ମହାରାଷ୍ଟ୍ରରୁ ଶିମିଳିପାଳ ଆସିବ ।