ରାଜ୍ୟ

ଗଜପତି: ଆର.କେ ବ୍ରଦର୍ସ ଗିରଫ ପରେ ଖୋଲିବ କି ଗଞ୍ଜେଇ ସାମ୍ରାଜ୍ୟର ଭିତିରି ରହସ୍ୟ?, ସ୍ଥନୀୟ ଅଞ୍ଚଳରେ ଚର୍ଚ୍ଚା ଜୋରଦାର

ମୋହନା(କେନ୍ୟୁଜ୍): ଗଜପତି ପୋଲିସକୁ ଗତ କିଛିଦିନ ତଳେ ବଡଧରଣ ସଫଳତା ମିଳିଥିଲା l ମୋହନା ଅଞ୍ଚଳ ରେ ରହି ରାଜ୍ୟ ବାହାରକୁ ଗଞ୍ଜେଇ ଚାଲାଣ ନେଟୱର୍କ ଚଳାଇଥିବା ଆନ୍ତଃରାଜ୍ୟ ଗଞ୍ଜଇ ମାଫିଆ ରାଧାକାନ୍ତ ନାୟକ ଓରଫ ଖ୍ରୀଷ୍ଟଦାସ ନାୟକ ଓରଫ ଆର. କେ ବ୍ରଦର୍ସ କୁ ଗିରଫ କରିବାରେ ପୋଲିସ ସଫଳ ହୋଇଥିଲା। ରାଧାକାନ୍ତ ସହ ତାର ଜଣେ ସହଯୋଗୀ ମଧ୍ୟ ଗିରଫ ହୋଇଛି l ଗଜପତି ଏସ.ପି ତପନ କୁମାର ପଟ୍ଟନାୟକଙ୍କ ତତ୍ଵାବଧାନରେ ଉଭୟଙ୍କୁ ଗତ ସୋମବାର ବିଶାଖାପାଟଣା ବିମାନ ବନ୍ଦରରୁ ଧରାଯାଇଛି । ପୂର୍ବରୁ ମୋଷ୍ଟ ୱାଣ୍ଟେଡ ମାଫିଆ ଗଜପତି ଜ଼ିଲ୍ଲା ରାଇପଙ୍କା ଅଞ୍ଚଳର ରାଧାକାନ୍ତ (ଆର.କେ ବ୍ରଦର୍ସ)ଉପରେ ଗୁଇନ୍ଦା ବିଭାଗର ରାଡାର ବୁଲୁଥିଲା l

ରାଧାକାନ୍ତ ନାମରେ ଗଜପତି ଜିଲ୍ଲା ଅଡବା ଥାନାରେ ୮ଟି ରାୟଗଡା ଜିଲ୍ଲା ବିଷମକଟକ ଥାନାରେ ଗୋଟିଏ, ଗୁଣୁପୁର ଥାନାରେ ଗୋଟିଏ, ପଦ୍ମପୁର ଥାନାରେ ଗୋଟିଏ ଓ ଦିଲ୍ଲୀରେ ଗୋଟିଏ ଲେଖାଏଁ ଏନ. ଡି. ପି. ଏସ ମାମଲା ରୁଜୁ ହୋଇଥିବାର ଜଣାପଡିଛି l ଜିଲ୍ଲାରେ ଦିନକୁ ଦିନ ଗଞ୍ଜଇ ମାଫିଆ ସକ୍ରିୟ ହୋଇଉଠୁଥିବା ବେଳେ ରାଧାକାନ୍ତ ପୋଲିସ ପଞ୍ଝାରେ ପଡିବା ଏକ ବଡ ସଫଳତା। ବର୍ତ୍ତମାନ ପୋଲିସ ରାଧାକାନ୍ତକୁ ରିମାଣ୍ଡରେ ନେଇ ଅଧିକ ଖୋଳତାଡ଼ କରିବ ଏବଂ ତା ଲିଙ୍କରେ ଆସୁଥିବା ପ୍ରତ୍ୟେକ ବ୍ୟକ୍ତି ଉପରେ ପୋଲିସର କଡା ନଜର ରହିବ। ତେବେ ରାଧାକାନ୍ତ ଗିରଫ ପରେ, ପୂର୍ବରୁ ମୋହନା ଅଞ୍ଚଳରେ ଭାଇରଲ ହୋଇଥିବା ଅଂଶୁ ନାମକ ଯୁବକ ର ଏକ ଅଡିଓ ରେକର୍ଡିଙ୍ଗକୁ ନେଇ ଚର୍ଚ୍ଚା ଜୋରଦାର ହୋଇଛି l କିଛିଦିନ ପୂର୍ବେ ମୋହନା ଅଞ୍ଚଳରେ ଏକ ଅଡିଓ ରେକର୍ଡିଙ୍ଗ ଭାଇରଲ ହେବା ଘଟଣା ଗଣମାଧ୍ୟମରେ ପ୍ରକାଶ ପାଇଥିଲା। ଉକ୍ତ ରେକର୍ଡିଙ୍ଗରେ ଜଣେ ଯୁବକ ପୋଲିସର ଗଞ୍ଜେଇ ମାଫିଆ ତାଲିକାରୁ ନାମ କାଟିବା ପାଇଁ ଥାନା ବାବୁଙ୍କ ନାମ ନେଇ ଅନ୍ୟଜଣେ ଯୁବକଙ୍କୁ ଟଙ୍କା ଦାବି କରୁଥିଲା। ସେହି ଅଡିଓରେ ଧମକ ଦେଉଥିବା ଯୁବକ ଜଣକ ବାର୍ତ୍ତାଳାପ ମଧ୍ୟରେ ଆର.କେ ବ୍ରଦର୍ସର ନାମ ନେଇଥିବାର  ସ୍ପଷ୍ଟ ଜଣାପଡୁଛି। ଅନ୍ୟପଟେ ଯୁବକ ଜଣକ ନିଜକୁ ଅଂଶୁ ବୋଲି ପରିଚୟ ମଧ୍ୟ ଦେଇଛି l ବର୍ତ୍ତମାନ ରାଧାକାନ୍ତ ଗିରଫ ହେବାପରେ ଉକ୍ତ ଅଡିଓ ରେକର୍ଡିଙ୍ଗକୁ ନେଇ ପୁଣି ପ୍ରଶ୍ନ ଉଠିଛି।

କିଏ ଏଇ ଅଂଶୁ ଏବଂ ଗିରଫ ଗଞ୍ଜେଇ ମାଫିଆ ରାଧାକାନ୍ତ ସହ ତାର ସମ୍ପର୍କ କଣ? ପୋଲିସ ନାମରେ ଜଣେ ଯୁବକ କୁ ଟଙ୍କା ଦାବି କଲାଭଳି ଏକ ସଙ୍ଗୀନ ଅପରାଧ ପରେ ମଧ୍ୟ କାହିଁକି ଜ଼ିଲ୍ଲା ପୋଲିସ ଅଂଶୁ କୁ ଖୋଜିପାରୁନି। ଗଞ୍ଜେଇ ମାଫିଆ ଅଡିଓ ରେକର୍ଡିଙ୍ଗ ଭାଇରଲ ର ଖବର ବିଭିନ୍ନ ଗଣମାଧ୍ୟମ ରେ ପ୍ରକାଶ ପାଇବା ପରେ କେବଳ ପ୍ରାଥମିକ ତଦନ୍ତରେ ହିଁ ଅଟକି ରହିଛି ଏହି ଭାଇରଲ ଗଞ୍ଜେଇ ମାଫିଆ ରେକର୍ଡିଙ୍ଗ ମାମଲା l ଅତିଶୀଘ୍ର ଏହାର ପୁଙ୍ଖାନୁପୁଙ୍ଖ ତଦନ୍ତ କରି ଏହି ଅଂଶୁ ନାମକ ଯୁବକକୁ ଗିରଫ କରିବା ସହ, ଗିରଫ ରାଧାକାନ୍ତ (ଆର.କେ) ବ୍ରଦର୍ସ ସହ ତାର ମିଳିତ ତଦନ୍ତ କରାଗଲେ ଜ଼ିଲ୍ଲାରେ ଚାଲିଥିବା ଗଞ୍ଜେଇ ଚାଲାଣ ନେଟୱର୍କର ପର୍ଦାଫାଶ ହୋଇପାରିବ ବୋଲି ମୋହନା ଅଞ୍ଚଳର ବୁଦ୍ଧିଜୀବୀ ମାନେ ମତ ପ୍ରକାଶ କରିଛନ୍ତି l ଅନ୍ୟପଟେ ଗିରଫ ଅନ୍ତଃରାଜ୍ୟ ମାଫିଆ ରାଧାକାନ୍ତ କୁ ରିମାଣ୍ଡ ରେ ନେଇ ଅଧିକ ପଚରାଉଚରା କରାଯିବା ସହ ତାକୁ ସହଯୋଗ କରିଥିବା ପ୍ରତ୍ୟେକ ବ୍ୟକ୍ତି ଉପରେ ଆଇନ ଗତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଗଜପତି ଆରକ୍ଷୀ ଅଧିକ୍ଷକ ତପନ କୁମାର ପଟ୍ଟନାୟକ ସୂଚନା ଦେଇଛନ୍ତି l

KNews Bureau

Recent Posts

ନିର୍ବାଚନ ପରେ ସ୍ଥିତି ଜାହିର କଲେ ମାଓବାଦୀ, ଛକରେ ଲଗାଇଲେ ମାଓ ପୋଷ୍ଟର

କୋରାପୁଟ (କେନ୍ୟୁଜ); କୋରାପୁଟ ଜିଲ୍ଲା ବନ୍ଧୁଗାଁରେ ମାଓ ପୋଷ୍ଟର । ନିର୍ବାଚନ ପରେ ନିଜର ସ୍ଥିତି ଜାହିର ପାଇଁ ଲଗାଇଲେ…

19 mins ago

ସମ୍ବଲପୁର ମହାନଗର ଅଞ୍ଚଳରେ ପୁଣି ଫେରିଛି ଜଣ୍ଡିସ୍, ୫୯ ଜଣ ରୋଗୀ ଚିହ୍ନଟ

ସମ୍ବଲପୁର(କେନ୍ୟୁଜ): ଏକ ଦଶନ୍ଧି ପରେ ସମ୍ବଲପୁର ମହାନଗର ଅଞ୍ଚଳରେ ପୁଣି ଫେରିଛି ଜଣ୍ଡିସ୍ । ଏହାକୁ ନେଇ ମହାନଗରବାସୀ ଚିନ୍ତାରେ…

22 mins ago

ଯୋଗ ଦିବସରେ କାଶ୍ମୀର ମହିଳାଙ୍କ ସହିତ ସେଲଫି ନେଲେ ମୋଦି, ଫଟୋ ଭାଇରଲ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅର୍ନ୍ତରାଷ୍ଟ୍ରୀୟ ଯୋଗ ଦିବସରେ ଜମ୍ମୁ କାଶ୍ମୀର ଶ୍ରୀନଗର ସ୍ଥିତ ଶେର-ଏ-କଶ୍ମୀର ଅର୍ନ୍ତରାଷ୍ଟ୍ରୀୟ ସମ୍ମେଳନ କେନ୍ଦ୍ର (SKICC)…

26 mins ago

ପାରିବାରିକ କଳହକୁ ନେଇ ହତ୍ୟାକାଣ୍ଡ, ପଥରରେ ଛେଚି ଯୁବକଙ୍କୁ ହତ୍ୟା

କଣ୍ଟାବାଞ୍ଜି (କେନ୍ୟୁଜ); ପାରିବାରିକ କଳହକୁ ନେଇ ହତ୍ୟାକାଣ୍ଡ। ସିନ୍ଧେକେଲା ଥାନା ସାଲେବରଟ ଗାଁରେ ଏହି ହତ୍ୟାକାଣ୍ଡ ଘଟିଛି । ମୃତ…

38 mins ago

ରାଜଧାନୀରେ ବୀଭତ୍ସ ହତ୍ୟାକାଣ୍ଡ, ଘର ମାଲିକଙ୍କୁ ହତ୍ୟା କଲା ଭଡ଼ାଟିଆ

ଭୁବନେଶ୍ୱର (କେନ୍ୟୁଜ) : ରାଜଧାନୀରେ ବୀଭତ୍ସ ହତ୍ୟାକାଣ୍ଡ  ।  ଘର ମାଲିକଙ୍କୁ ହତ୍ୟା କଲା ଭଡ଼ାଟିଆ ।  ଭୁବନେଶ୍ବର ତମାଣ୍ଡୋରେ…

55 mins ago

କିଟ୍ ରେ ଯୋଗ ଦିବସ ପାଳିତ, ମାନସିକ ଓ ଶାରୀରିକ ସୁସ୍ଥତା ପାଇଁ ଯୋଗ ଗୁରୁତ୍ୱପୂର୍ଣ୍ଣ ବୋଲି କହିଲେ ଡକ୍ଟର ସାମନ୍ତ

ଭୁବନେଶ୍ୱର (କେନ୍ୟୁଜ): ଆଜି କିଟ୍ ପକ୍ଷରୁ ପାଳିତ ହୋଇଛି ଅନ୍ତର୍ଜାତୀୟ ଯୋଗ ଦିବସ । କିଟ୍ ଇଣ୍ଡୋର ଷ୍ଟାଡିୟମରେ କିଟ୍…

2 hours ago