ପୁଣି ଫେରିବ କି କଟକଣା, ବାଧ୍ୟତାମୂଳକ କରାଯିବ କି ମାସ୍କ ? ଏନେଇ ଆଜି ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ୱର (କେନ୍ୟୁଜ): ଫେରିବ କି କୋଭିଡ୍‌ କଟକଣା ? ନୂଆବର୍ଷ ଆସୁଥିବାରୁ କଟକଣା ଫେରିବ କି ? ସର୍ବସାଧାରଣରେ ବାଧ୍ୟତାମୂଳକ କରାଯିବ କି ମାସ୍କ ? ଆଜି ରାଜ୍ୟରେ କୋଭିଡ୍‌ ସ୍ଥିତି ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ । ରାଜ୍ୟରେ କୋଭିଡ୍‌ ସ୍ଥିତି ଓ ଆଗକୁ ଏହାର ମୁକାବିଲା ନେଇ ଉଚ୍ଚସ୍ତରୀୟ ସମୀକ୍ଷା କରିବେ । କଣ ନିଷ୍ପତ୍ତି ଆସିବ ତାଉପରେ ସମସ୍ତଙ୍କର ନଜର ରହିଛି । ସ୍କୁଲ, କଲେଜରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯିବ କି ? ବିବାହ, ସାମାଜିକ, ରାଜନୈତିକ କାର୍ଯ୍ୟକ୍ରମରେ ଲୋକଙ୍କ ଗହଳି ଉପରେ କଟକଣା ଲଗାଇବେ କି ସରକାର ? ଆଗକୁ ସମ୍ଭାବ୍ୟ ସଂକ୍ରମଣର ମୁକାବିଲା ପାଇଁ ବୈଠକରେ ଆକ୍ସନ୍‌ ପ୍ଲାନ୍‌ ପ୍ରସ୍ତୁତ ହେବ ।

ଅନ୍ୟ ରାଜ୍ୟରେ ମାସ୍କ ବାଧ୍ୟତାମୂଳକ ହେବା ପରେ ରାଜ୍ୟରେ ବି ଆସିପାରେ ମାସ୍କ କଡ଼ାକଡ଼ି ନିୟମ । କୋଭିଡ୍‌ ରୋଗୀଙ୍କ ପାଇଁ କେତେ ବେଡ୍‌, ଆଇସୋଲେସନ୍‌ ରୁମ୍‌, ଆଇସିୟୁ, ଅକ୍ସିଜେନ୍‌,ଟେଷ୍ଟିଂ କିଟ୍‌, ଔଷଧ ମହଜୁଦ ରହିଛି ସଂଧ୍ୟା ସୁଦ୍ଧା ଏସମସ୍ତ ତଥ୍ୟ କେନ୍ଦ୍ରକୁ ପଠାଇବେ ରାଜ୍ୟ ସରକାର। ବର୍ତ୍ତମାନ ରାଜ୍ୟରେ କୋଭିଡ୍‌ ସ୍ଥିତି ନିୟନ୍ତ୍ରଣରେ ରହିଛି । ଆଗକୁ ନୂଆବର୍ଷ ଥିବାରୁ ସମସ୍ତେ ସତର୍କ ରହିବାକୁ ଅନୁରୋଧ କରିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ।

Leave A Reply

Your email address will not be published.