ମନ୍ତ୍ରୀମାନଙ୍କ ବିଭାଗୱାରୀ ସମୀକ୍ଷା ପରେ ବଦଳିବ କି ରାଜ୍ୟ ମନ୍ତ୍ରିମଣ୍ଡଳର ଚେହେରା? ଅଦଳବଦଳ ନେଇ ଚର୍ଚ୍ଚା ଜୋର୍
ଗତବର୍ଷ ଜୁନ ୫ରେ ରାଜ୍ୟ ମନ୍ତ୍ରିମଣ୍ଡଳର ଚେହେରା ବଦଳିଥିଲା। ଏକାଥରକେ ସବୁ ମନ୍ତ୍ରୀଙ୍କର ଇସ୍ତଫା କରାଇ ନୂଆ ମନ୍ତ୍ରିମଣ୍ଡଳ ଗଠନ କରିଥିଲେ ମୁଖ୍ୟମନ୍ତ୍ରୀ । ଆଗକୁ ନିର୍ବାଚନ ବର୍ଷ ରହିଛି । ତେଣୁ ବିଭିନ୍ନ ବିଭାଗର କାର୍ଯ୍ୟ ଦକ୍ଷତା ପରଖୁଛନ୍ତି ମୁଖ୍ୟମନ୍ତ୍ରୀ। ଏବେ ରାଜ୍ୟ ସରକାରଙ୍କ ଫୋକସରେ ଶିକ୍ଷା, ସ୍ୱାସ୍ଥ୍ୟ, ଜଳସମ୍ପଦ ଓ ଭିତ୍ତିଭୂମି ନିର୍ମାଣ।
କେନ୍ୟୁଜ୍(ବ୍ୟୁରୋ): ବଦଳିବ କି ରାଜ୍ୟ ମନ୍ତ୍ରିମଣ୍ଡଳର ଚେହେରା? ବାଦ୍ ପଡ଼ିବେ କି କିଛି ମନ୍ତ୍ରୀ? ସାମିଲ ହେବେ କି କିଛି ନୂଆମୁହଁ? ପାୱାର କରିଡରରେ ମନ୍ତ୍ରିମଣ୍ଡଳ ଅଦଳବଦଳ ନେଇ ପୁଣିଥରେ ଜୋର ଧରିଛି ଚର୍ଚ୍ଚା। ଏହାକୁ ଖୋରାକ୍ ଯୋଗାଇଛି ମନ୍ତ୍ରୀମାନଙ୍କ ବିଭାଗୱାରୀ ସମୀକ୍ଷା । କୁହାଯାଉଛି ମନ୍ତ୍ରୀମାନଙ୍କ ରିପୋର୍ଟ କାର୍ଡକୁ ଆଧାର କରି ଅଦଳବଦଳ କରିପାରନ୍ତି ମୁଖ୍ୟମନ୍ତ୍ରୀ ।
ଗତବର୍ଷ ଜୁନ ୫ରେ ରାଜ୍ୟ ମନ୍ତ୍ରିମଣ୍ଡଳର ଚେହେରା ବଦଳିଥିଲା। ଏକାଥରକେ ସବୁ ମନ୍ତ୍ରୀଙ୍କର ଇସ୍ତଫା କରାଇ ନୂଆ ମନ୍ତ୍ରିମଣ୍ଡଳ ଗଠନ କରିଥିଲେ ମୁଖ୍ୟମନ୍ତ୍ରୀ । ଆଗକୁ ନିର୍ବାଚନ ବର୍ଷ ରହିଛି । ତେଣୁ ବିଭିନ୍ନ ବିଭାଗର କାର୍ଯ୍ୟ ଦକ୍ଷତା ପରଖୁଛନ୍ତି ମୁଖ୍ୟମନ୍ତ୍ରୀ। ଏବେ ରାଜ୍ୟ ସରକାରଙ୍କ ଫୋକସରେ ଶିକ୍ଷା, ସ୍ୱାସ୍ଥ୍ୟ, ଜଳସମ୍ପଦ ଓ ଭିତ୍ତିଭୂମି ନିର୍ମାଣ। ଏହା ବାଦ୍ କରୋନା ଏବେ ଉପରମୁହାଁ ହେଲାଣି। କିନ୍ତୁ ଜଣେ ପୂର୍ଣ୍ଣକାଳୀନ ସ୍ୱାସ୍ଥ୍ୟମନ୍ତ୍ରୀ ନାହାନ୍ତି ।
ତେଣୁ ସେ ଦୃଷ୍ଟିରୁ ମୁଖ୍ୟମନ୍ତ୍ରୀ ମନ୍ତ୍ରୀମାନଙ୍କ ସମୀକ୍ଷା ପରେ ମନ୍ତ୍ରିମଣ୍ଡଳ ଅଦଳବଦଳ କରିପାରନ୍ତି। ଏହାବାଦ୍ ଝାରସୁଗୁଡା ଉପନିର୍ବାଚନରେ ଯେଉଁ ନେତାଙ୍କର ପ୍ରଦର୍ଶନ ଭଲ ରହିବ, ସେମାନଙ୍କୁ ପୁରସ୍କୃତ କରିପାରନ୍ତି ମୁଖ୍ୟମନ୍ତ୍ରୀ। ସେପଟେ ବିଜେଡି ସୁପ୍ରିମୋ ଦଳୀୟ ନେତାଙ୍କୁ ୨୪ ନିର୍ବାଚନ ପାଇଁ ପ୍ରସ୍ତୁତ ହେବାକୁ କହିଛନ୍ତି। ନିଜ ନିର୍ବାଚନମଣ୍ଡଳୀରେ ଲୋକଙ୍କ ସହ ଯୋଡ଼ି ହେବାକୁ କୁହାଯାଇଛି ।