ଦୀର୍ଘ ୯ ଦିନ ବ୍ୟବଧାନ ପରେ ଭୁବନେଶ୍ୱରରେ ଦେଖାଗଲା ସୂର୍ଯ୍ୟ, ଅବପାତ ଛତିଶଗଡ଼ ଆଡ଼କୁ ମୁହାଁଉଥିବାରୁ କମିଛି ବର୍ଷା

ଭୁବନେଶ୍ୱର(କେନ୍ୟୁଜ୍): ସକ୍ରିୟ ରହିଛି ଅବପାତ । ସକ୍ରିୟ ଅବପାତ ଘଣ୍ଟାପ୍ରତି ୩୪ କିଲୋମିଟର ବେଗରେ ପଶ୍ଚିମ ଉତ୍ତର ପଶ୍ଚିମ ଦିଗରେ ଗତି କରି ବର୍ତ୍ତମାନ ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶା, ପାର୍ଶ୍ୱବର୍ତ୍ତୀ ଉତ୍ତର ଛତିଶଗଡ଼ ଏବଂ ଦକ୍ଷିଣ ଝାଡ଼ଖଣ୍ଡ ଅଞ୍ଚଳରେ ସକ୍ରିୟ ରହିଛି । ଏହା ଝାରସୁଗୁଡ଼ାଠାରୁ ଉତ୍ତର ଉତ୍ତର ପଶ୍ଚିମ ଦିଗରେ ପାଖାପାଖି ୩୦ କିଲୋମିଟର ଦୂରରେ କେନ୍ଦ୍ରୀଭୂତ ହୋଇଛି ।

ଭୁବନେଶ୍ୱରରେ ବର୍ଷା କମିଥିଲେ ବି ପବନର ବେଗ ବୃଦ୍ଧି ପାଇଛି । ଘଣ୍ଟାପ୍ରତି ୨୫ରୁ ୩୦ କିଲୋମିଟର ଯାଏଁ ପବନ ବହୁଛି । ଦୀର୍ଘ ୯ ଦିନ ବ୍ୟବଧାନ ପରେ ଭୁବନେଶ୍ୱରରେ ଦେଖାଗଲା ସୂର୍ଯ୍ୟ । ଅବପାତ ଛତିଶଗଡ଼ ଆଡ଼କୁ ମୁହାଁଉଥିବାରୁ ବର୍ଷାର ପ୍ରଭାବ କମିଛି । ଜଗତସିଂହପୁର ଜିଲ୍ଲାରେ ସର୍ବାଧିକ ହାରାହାରି ବର୍ଷା ୧୧୮.୫ ମିଲିମିଟର ଯାହା ସ୍ୱାଭାବିକ ବର୍ଷା ୬.୯ ମିମି ତୁଳନାରେ ୧୬୧୮ ପ୍ରତିଶତ ଅଧିକ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.