ବ୍ରାଣ୍ଡ ଅସଲି ମଦ ନକଲି ! ହୋମିଓପାଥି ଔଷଧରୁ ପ୍ରସ୍ତୁତ କରୁଥିଲେ ବିଦେଶୀ ମଦ, ୩ ଗିରଫ

ବ୍ରହ୍ମପୁର(କେନ୍ୟୁଜ୍) : ହୋମିଓପାଥି ମେଡିସିନରୁ ପ୍ରସ୍ତୁତ ହେଉଥିଲା ବିଦେଶୀ ମଦ । କଥାଟା ଅବାଗିଆ ଲାଗୁଥିଲେ ମଧ୍ୟ ସତ, କିଛି ଦିନ ହେଲା ବ୍ରହ୍ମପୁର ଉପକଣ୍ଠ ବୋରିଗାଁରେ କିଛି ଲୋକେ ପ୍ରସ୍ତୁତ କରୁଥିଲେ ଏଭଳି ନକଲି ବିଦେଶୀ ମଦ । ଆଉ ଏହାକୁ ନାମୀ ଦାମି ବ୍ରାଣ୍ଡର ମଦ ବୋତଲରେ ବିକ୍ରୀ କରୁଥିଲେ । ଏହି ମଦ କମ୍ ପଇସାରେ ମିଳୁଥିବାରୁ ସାଧାରଣ ଲୋକେ ମଧ୍ୟ ଅନାୟାସରେ ସେବନ କରିଚାଲୁଥିଲେ । ତେବେ ବେଆଇନ ଓ ନକଲି ମଦ ପ୍ରସ୍ତୁତି ହେଉଥିବା ନେଇ କୌଣସି ସୂତ୍ରରୁ ପୋଲିସ ପାଖରେ ପହଞ୍ଚି ଥିଲା ଖବର । ବ୍ରହ୍ମପୁର ଏସପି ପିନାକ ମିଶ୍ରଙ୍କ ନିର୍ଦ୍ଦେଶର ଏକ ସ୍ୱତନ୍ତ୍ର ଟିମ୍ ଗଠନ କରି ଏହାକୁ ଧରିବା ଲାଗି କରିଥିଲେ ବ୍ଲୁ ପ୍ରିଣ୍ଟ ।

duplicate wineଆଉ ଏହି ସ୍ୱତନ୍ତ୍ର ଟିମରେ ସାମିଲ୍ ହୋଇଥିଲେ ଅତିରିକ୍ତ ଏସପି ଶାନ୍ତନୁ କୁମାର ଦାସ, ସଦର ଏସଡିପିଓ ଅଶୋକ ମହାନ୍ତି ଓ ସଦର ଥାନା ଅଧିକାରୀ ଶିବ ଶଙ୍କର ମହାପାତ୍ର ଓ କିଛି ପୋଲିସ କର୍ମଚାରୀ । ବିଳମ୍ୱିତ ରାତିରେ ଅତର୍କିତ ଭାବେ ଚଢାଉ କରାଯାଇଥିବା ନକଲି ମଦ ପ୍ରସ୍ତୁତ ହେଉଥିବା ଏକ ଛୋଟିଆ ଜଳଖିଆ ହୋଟେଲ ଉପରେ । ଆଉ ଚଢାଉ ବେଳେ ବିପୁଳ ପରିମାଣର ମଦ ପ୍ରସ୍ତୁତି ସାମଗ୍ରୀ ସହ ମଦ ବୋତଲ ଜବତ ହୋଇଛି । ଏଥିରେ ସଂପୃକ୍ତି ଅଭିଯୋଗରେ ମାଷ୍ଟର ମାଇଣ୍ଡ ମସିହାଖାଲି ଗାଁର ଗୁରୁବାରି ସାହୁ, ବୋରିଗାଁର ନାରାୟଣ ସାହୁ ଓ ବ୍ରହ୍ମପୁର ଅନିଲ କୁମାର ସାହୁଙ୍କୁ ପୋଲିସ ଧରିବାରେ ସଫଳ ହୋଇଛି ।

ନକଲି ମଦ ପ୍ରସ୍ତୁତ କରିବା ଲାଗି ସମସ୍ତ ସାମଗ୍ରୀ କଲିକତାରୁ ଆସୁଥିବା ଅଭିଯୁକ୍ତ ମାନେ ପୋଲିସ ସୂଚନା ଦେଇଛନ୍ତି । ଏହି ନକଲି ମଦରେ ବିଭିନ୍ନ ହୋମିଓପାଥି ମେଡିସିନ, କଲର ଓ ଏସେନସ୍ କୁ ଡାଇଲୁଟ୍ କରି ମଦ ପ୍ରସ୍ତୁତ କରାଯାଉଥିଲା । ଆଉ ଓଡିଶା ସରକାରଙ୍କ ଅବକାରୀ ବିଭାଗର ବିଭିନ୍ନ ଲୋଗୋ ଓ ଷ୍ଟିକର ମଧ୍ୟ ଏହି ମଦ ବୋତଲ ଗୁଡିକରେ ଲଗାଇ ଅବିକଳ ଅସଲି ମଦ ବୋତଲ ଭାବେ ତିଆରି କରାଯାଉଥିଲା । ପରେ ଏହାକୁ ବ୍ରହ୍ମପୁର ସହରର ବିଭିନ୍ନ ଫାଷ୍ଟ ଫୁଡ ଦୋକାନ ସମ୍ମୁଖରେ କମ୍ ଦାମରେ ବିକ୍ରୀ କରାଯାଉଥିଲେ । ତେବେ ମଦ କିଭଳି ପ୍ୟାକିଂ କରୁଥିଲେ ସେ ନେଇ ପୋଲିସ ଆଗରରେ ଅଭିଯୁକ୍ତ ମାନେ କରିଥିଲେ ଡେମୋ ।

three arrestedପୋଲିସର ଚଢାଉ ବେଳେ ତିନି ଜଣ ଅଭିଯୁକ୍ତ ଗିରଫ ହୋଇଥିବା ବେଳେ ଅନ୍ୟଜେଣ ଚମ୍ପଟ ମାରିବାରେ ସଫଳ ହୋଇଛି । ଗରିଫ ହୋଇଥିବା ତିନି ଜଣଙ୍କୁ ଆଜି କୋର୍ଟ ଚାଲାଣ କରିଛି ପୋଲିସ । ତେବେ କଲିକତାରୁ ଆସୁଥିବା ସମସ୍ତ ସାମଗ୍ରୀ କିଏ ଏମାନଙ୍କୁ ଯୋଗାଉଥିଲା ଆଉ ଏଥିଲେ ଆଉ କେଉଁମାନେ ସଂପୃକ୍ତି ଏନେଇ ପୋଲିସ ଅଧିକା ତଦନ୍ତ ଜାରୀ ରଖିଛି ।

You might also like