ଗଜପତି: ଚଢାଉ କରିବାକୁ ଯାଇଥିବା ବେଳେ ଅବକାରୀ ବିଭାଗ କର୍ମଚାରୀଙ୍କୁ ମଦ ମାଫିଆଙ୍କ ଠେଙ୍ଗା ମାଡ, ଧରା ହେଲେ ମାଫିଆ

ଗଜପତି(କେନ୍ୟୁଜ୍): ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ଥାନା ଅଞ୍ଚଳରେ ଚଢାଉ ବେଳେ ଅବକାରୀ ବିଭାଗ କର୍ମଚାରୀଙ୍କୁ ମଦ ମାଫିଆଙ୍କ ଠେଙ୍ଗା ମାଡ। ଦେଶୀ ମଦ ଚୋରା ଚାଲାଣ ବେଳେ ପାରଳାଖେମୁଣ୍ଡି ଅବକାରୀ ବିଭାଗର ଏସ ଆଇ ଚନ୍ଦ୍ର ଶେଖର ପଡିହାରୀ ଓ କେଗ୍ଧେବଲ ସାଗର ମଦ ମାଫିଙ୍କ ଠେଙ୍କା ମାଡରେ ଆହତ ହୋଇଛନ୍ତି । ଆଜି ସକାଳ ୭ରେ ପାରଳାଖେମୁଣ୍ଡି ଅବକାରୀ ନିରିକ୍ଷକ ବିଶ୍ୱସ୍ତ ସୂତ୍ରରୁ ଦେଶୀ ମଦ ଚାଲାଣ  ସୂଚନା ପାଇଥିଲେ।  ସିଙ୍ଗିପୁରରୁ ଦେବୀତି ଗ୍ରାମକୁ ଚୋରା ଦେଶୀ ମଦ ଚାଲାଣ ରୋକିବା ପାଇଁ ସଦର ଓ ଜିଲ୍ଲା ଅବକାରୀ ବିଭାଗର ଦୁଇଟି ଟିମ ଗଠନ କରି ମଦ ରେଡ ପାଇଁ ପଠାଇଥିଲେ ।

ତେବେ ସିଙ୍ଗିପୁରରୁ ଏକ କାରରେ ମଦ ଯାଉଥିବା ଜାଣିପାରି ଅବକାରୀ ଟିମ ପିଛା କରି କରି ଦେବୀତି ଗ୍ରାମରେ ପହଞ୍ଚିଥିଲା । କାର ଓ ମଦ ମାଫିଆ ନାକା ସନ୍ତୋଷକୁ ରେଡ ହ୍ୟାଣ୍ଡେଡ୍ ଅବକାରୀ ବିଭାଗ ଧରିବା ପରେ ମଦ ମାଫିଆ ଏକ କାଠ ଫାଳିଆରେ ସଦର ଅବକାରୀ ବିଭାଗର ଦୁଇ କର୍ମଚାରୀଙ୍କୁ ନିର୍ଧୁମ ମାଡ ମାରିଥିଲେ। ନିମିଷକ ମଧ୍ୟରେ ଜିଲ୍ଲା ଅବକାରୀର ଟିମ ପହଞ୍ଚିବା ପରେ ମଦ ମାଫିଆକୁ କାବୁ କରିବା ସହ ଗିରଫ କଲେ ଏବଂ ଚୋରା ଚାଲାଣରେ ବ୍ୟବହୃତ କାର, ୧୮୦ଲିଟର ଦେଶୀ ମଦ ଜବତ କଲେ ।

ତେବେ ଅବକାରୀ ବିଭାଗ ଏନେଇ ମାମଲା ରୁଜୁ କରି ନାକା ସନ୍ତୋଷକୁ ଗିରଫ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ଏହାସହ ମେଡିକାଲ ରିପୋର୍ଟ ଆସିବା ପରେ ପାରଳାଖେମୁଣ୍ଡି ଥାନାରେ କାର୍ଯ୍ୟରତ ଅବକାରୀ କର୍ମଚାରୀଙ୍କୁ ମାଡ ମରାଯାଇଥିବା ଅଭିଯୋଗ କରିବ ବୋଲି ପାରଲାଖେମୁଣ୍ଡି ଅବକାରୀ ନିରୀକ୍ଷକ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.