ରାଜ୍ୟରେ ବିଭିନ୍ନ ଅଞ୍ଚଳରେ କୋହଲା ପାଗ ଜାରି, ୪୮ଘଣ୍ଟା ପରେ ବଢିବ ଶୀତର ପ୍ରକୋପ

ଭୁବନେଶ୍ବର(କେନ୍ଯୁଜ୍): ୪୮ଘଣ୍ଟା ପରେ ବଢିବ ଶୀତର ପ୍ରକୋପ। ରାତି ତାପମାତ୍ରା ୨ରୁ ୪ ଡିଗ୍ରୀ ତଳକୁ ଖସିବା ସମ୍ଭାବନା ଥିବା ଆ଼ଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ୨ଦିନ ଯାଏଁ ରାତି ତାପମାତ୍ରାରେ ବିଶେଷ ପରିବର୍ତ୍ତନ ସମ୍ଭାବନା ନାହିଁ। ରାଜ୍ୟରେ ବିଭିନ୍ନ ଅଞ୍ଚଳରେ କୋହଲା ପାଗ ଜାରି ରହିଥିବାବେଳେ ୪୮ଘଣ୍ଟା ପରେ ଶୀତର ପ୍ରକୋପ ବଢିବ।

ଓଡ଼ିଶା ଉପରେ ବର୍ତ୍ତମାନ କୌଣସି ନିର୍ଦ୍ଦିଷ୍ଟ ପାଣିପାଗର ପ୍ରଭାବ ନାହିଁ। କିନ୍ତୁ କେତେକ ଅଞ୍ଚଳରେ ପାଗ କୋହଲା ରହିବା ସହ ଦକ୍ଷିଣ ଓଡ଼ିଶାର କିଛି କିଛି ସ୍ଥାନ ଓ ଉତ୍ତର ଓଡ଼ିଶାର ଗୋଟିଏ ଦୁଇଟି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ଥିବା ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ଆଗାମୀ ୨ରୁ ୩ଦିନ ମଧ୍ୟରେ ଏହି ବର୍ଷାର ପ୍ରଭାବ କମିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.