ରାଜ୍ୟକୁ ପୁଣି ଫେରିଲା ଶୀତ, ଜନଜୀବନ ଅସ୍ତବ୍ୟସ୍ତ

କରଞ୍ଜିଆ(କେନ୍ୟୁଜ୍):ରାଜ୍ୟକୁ ପୁଣି ଫେରିଛି ଶୀତ । ଆଜିଠୁ ଥଣ୍ଡା ବଢ଼ିବ । ୨ଦିନରେ ରାତିର ତାପମାତ୍ରା ୨-୩ ଡିଗ୍ରୀ ପର୍ଯ୍ୟନ୍ତ ହ୍ରାସ ପାଇବ । ରାଜ୍ୟର ବିଭିନ୍ନ ସ୍ଥାନରେ ଥଣ୍ଡା ସାମାନ୍ୟ ବଢ଼ିଥିବା ବେଳେ କୁହୁଡ଼ି ପଡୁଛି । କିଛି ସ୍ଥାନରେ ସକାଳୁ ସକାଳୁ ଘନ କୁହୁଡ଼ି ଆସ୍ତରଣ ଦେଖିବାକୁ ମିଳିଛି । ମୟୂରଭଞ୍ଜ ଜିଲ୍ଲାରେ ପାରଦ ଖସିବାରେ ଲାଗିଛି । ଅସହ୍ୟ ଥଣ୍ଡା ଯୋଗୁ ଜନଜୀବନ ଅସ୍ତବ୍ୟସ୍ତ ।

ସକାଳୁ ଓ ସଂଧ୍ୟା ୮ଟା ପରେ ରାସ୍ତାଘାଟ ଶୂନ୍‌ଶାନ୍‌ ହୋଇଯାଉଛି । ଗତକାଲି ମୟୂରଭଞ୍ଜ ଜିଲ୍ଲାର ଶିମିଳିପାଳ ଅଭୟାରଣ୍ୟ ମଧ୍ୟରେ ଥିବା ନଅଣାରେ ୯ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି ।

କନ୍ଧମାଳ ଜିଲ୍ଲାରେ ବି ଖସୁଛି ପାରଦ । ଜିଲ୍ଲାର ଫୁଲବାଣୀ, ଚକାପାଦ, ଜି.ଉଦୟଗିରି, ଫିରିଙ୍ଗିଆ,ତୁମୁଡିବନ୍ଧ, କୋଟପାଡ଼ ଓ ଦାରିଙ୍ଗିବାଡ଼ି ଆଦି ଅଞ୍ଚଳରେ ଶୀତ ସହ କୁହୁଡ଼ି ପଡୁଛି । ଶୀତ ଦାଉରୁ ରକ୍ଷା ପାଇବା ପାଇଁ ଲୋକ ନିଆଁ ପୁଇଁ ହେଉଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.