୩ଦିନ ହେବ ଅନୁଭୂତ ହେଉଛି ହାଲ୍କା ଶୀତ,୧୫ ସହରର ତାପମାତ୍ରା ୨୦ ଡିଗ୍ରୀ ତଳେ

କେନ୍ୟୁଜ୍(ବ୍ୟୁରୋ):ମୌସୁମୀ ବିଦାୟ ନେବା ପରେ ରାଜ୍ୟରେ ଶୀତ ଅନୁଭୂତ । ୩ଦିନ ହେବ ହାଲ୍କା ଶୀତ ଅନୁଭୂତ ହେଉଛି। ଆଭ୍ୟନ୍ତରୀଣ ଓଡ଼ିଶାରେ କୁହୁଡି ସାଙ୍ଗକୁ ଶୀତ ଅନୁଭୂତ ହେଉଛି। ରାତିରେ ଖସୁଛି ପାରଦ । ୧୫ ସହରର ତାପମାତ୍ରା ୨୦ ଡିଗ୍ରୀ ତଳେ ରହୁଛି। କୋରାପୁଟ ଜିଲ୍ଲାରେ ଅଧିକ ଶୀତ ହେବା ସହ ୧୪.୨ ଡିଗ୍ରୀ ତାପମାତ୍ରା ରହିଛି। କରା
ଭୁବନେଶ୍ୱରରେ ୨୧.୧ ଓ କଟକରେ ୨୦.୬ ଡିଗ୍ରୀ ରେକର୍ଡ ହୋଇଛି। ଆଗାମୀ ୫ଦିନ ପର୍ଯ୍ୟନ୍ତ ପାଗ ଶୁଖିଲା ରହିବ । ଡିସେମ୍ବରରେ ଅଧିକ ଶୀତ ଅନୁଭୂତ ହେବ ବୋଲି ଆକଳନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ।