ରାଜ୍ୟରେ କମିବ ଶୀତ, ୨୨ ଯାଏଁ ଘନ କୁହୁଡି ନେଇ ୪ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ

ଭୁବନେଶ୍ୱର : ରାଜ୍ୟରେ ଏବେ ଜାରି ରହିଛି ଶୀତର ଲହରୀ ।  ବିଭିନ୍ନ ସହରମାନଙ୍କରେ ଘନ କୁହୁଡି ସାଙ୍ଗକୁ ପ୍ରବଳ ଥଣ୍ଡା ଅନୁଭୂତ ହେଉଛି ।  ଅନ୍ୟପଟେ ରାଜ୍ୟରେ ଆଜିଠାରୁ ରାତି ତାପମାତ୍ରା ବଢିବା ସହିତ ଶୀତର ପ୍ରକୋପ କମିବ ।  ଏନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ ।  ପଶ୍ଚିମା ଝଡ ପ୍ରଭାବରେ ରାଜ୍ୟରେ ଶୀତ କମିବା ନେଇ ସମ୍ଭାବନା ରହିଛି ।

ଆସନ୍ତା ୨୨ ଏବଂ ୨୩ରେ ବଙ୍ଗୋପସାଗର ଅଞ୍ଚଳରେ ଏକ ଗୁରୁଚାପ ବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି । ଏହାର ପ୍ରଭାବରେ ରାଜ୍ୟକୁ ଉଷ୍ମ ଜଳୀୟବାଷ୍ପ ପୂର୍ଣ୍ଣ ବାୟୁ ଆସିବ ।  ଏହାଫଳରେ ରାତି ତାପମାତ୍ରା ବଢ଼ିବ ଓ ଶୀତ କମିଯିବ ।  ଏଭଳି ପୂର୍ବାନୁମାନ କରିଛନ୍ତି ପାଣିପାଗ ବିଶେଷଜ୍ଞ ଉମା ଶଙ୍କର ଦାସ ।  ଏଥିପାଇଁ ଘନ କୁହୁଡ଼ି ଦୃଶ୍ୟମାନ ହୋଇପାରେ । ୨୧ ତାରିଖରୁ ଦେଶର ଉତ୍ତର ପଶ୍ଚିମ ଭାଗରେ ପଶ୍ଚିମା ଝଡ଼ର ପ୍ରଭାବ ରହିବା ସମ୍ଭାବନା ଥିବାରୁ ଓଡ଼ିଶାରେ ଶୀତର ପ୍ରକୋପ କମିବା ସହ କୁହୁଡ଼ିର ପ୍ରଭାବ ବଢ଼ିବ ।

ଅନ୍ୟପଟେ ଏବେ ରାଜ୍ୟରେ ଶୀତ ପଡୁଥିବା ବେଳେ କିଛି କିଛି ସ୍ଥାନରେ ଘନ କୁହୁଡି ଦେଖାଦେଉଛି । ଏଥିପାଇଁ ଆସନ୍ତା ୨୨ ଯାଏଁ ଘନ କୁହୁଡି ନେଇ ୪ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି କରାଯାଇଛି । ଜଗତସିଂହପୁର, କଟକ, କେନ୍ଦ୍ରାପଡା, କନ୍ଧମାଳକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି କରାଯାଇଛି ।  ଏହି ୪ ଦିନ କଲବଲ କରିବ ଘନ କୁହୁଡି ସାଙ୍ଗକୁ ଶୀତ । ୫୦ ମିଟର ତଳକୁ ଖସିଆସିବ ଦୃଶ୍ୟମାନ କ୍ଷମତା ।  ଜିରୋ ଭିଜିବିଲିଟି ପରିସ୍ଥିତି ନେଇ ଘାଟି ଅଞ୍ଚଳରେ ଧିମା ଗତିରେ ଗାଡି ଚଳାଇବାକୁ ପରାମର୍ଶ ଦିଆଯାଇଛି ।

 

Read Also : ଆସନ୍ତା ଦୁଇ ଦିନ ରାଜ୍ୟରେ କୁହୁଡ଼ି ଦେଖାଯିବା ସମ୍ଭାବନା, ପୂର୍ବାନୁମାନ କରିଛି ପାଣିପାଗ ବିଭାଗ

 

 

 

You might also like