ଆସନ୍ତାକାଲିଠୁ ରାଜ୍ଯରେ ଆହୁରି ତଳକୁ ଖସିବ ପାରଦ, ପ୍ରବଳ ଶୀତକୁ ନଜରରେ ରଖି କିଛି ଜିଲ୍ଲାକୁ ୟେଲୋ ଓ୍ଵାର୍ଣ୍ଣିଂ ଜାରି

ଭୁବନେଶ୍ବର: ନୂଆବର୍ଷରେ ହାଡ଼ ଥରାଇବ ଜାଡ଼ । କାଲିଠୁ ଆହୁରି ତଳକୁ ଖସିବ ପାରଦ । ଆଭ୍ୟନ୍ତରୀଣ ଓଡ଼ିଶାରେ ୩ ରୁ ୪ ଡିଗ୍ରୀ ସେଲିସିୟସ ତାପମାତ୍ରା ହ୍ରାସ ପାଇବ । ଉପକୂଳ ଓଡ଼ିଶାରେ ୨ରୁ ୩ ଡିଗ୍ରୀ ଖସିବ ପାରଦ । ଡିସେମ୍ବର ୩୧, ଜୁନୁଆରୀ ୧ ଓ ଜାନୁଆରୀ ୨ ତାରିଖ ପାଇଁ କିଛି ଜିଲ୍ଲାକୁ ୟେଲୋ ଓ୍ଵାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ।

ଝାରସୁଗୁଡ଼ା,ସୁନ୍ଦରଗଡ଼, ଦେଓଗଡ଼, ଅନୁଗୁଳ, ବୌଦ୍ଧ ଓ କନ୍ଧମାଳ ପାଇଁ ଜାରି ହୋଇଛି ୟେଲୋ ଓ୍ଵାର୍ଣ୍ଣିଂ । ଏହି ସମୟରେ ଯେତେ ସମ୍ଭବ ରାତିରେ ଘରୁ ନବାହାରିବାକୁ କୁହାଯାଇଛି । ପ୍ରାତଃ ଭ୍ରମଣକୁ ମଧ୍ୟ ବାରଣ କରାଯାଇଛି । ଶୀତ ଲହରୀ ଯୋଗୁ ଥଣ୍ଡାଜନିତ ରୋଗ ବଢ଼ିବା ସମ୍ଭାବନା ମଧ୍ୟ ରହିଛି । ୩ ତାରିଖ ପରେ ପାଗ ପରିବର୍ତ୍ତନରେ ସମ୍ଭାବନା ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.