ସପ୍ତମ ଦିନରେ ବି ଚାଲିପାରିଲାନି ଗୃହକାର୍ଯ୍ୟ,ଆରମ୍ଭରୁ ଘଣ୍ଟମାଡ଼ରେ କମ୍ପିଲା ବିଧାନସଭା

କେନ୍ୟୁଜ୍(ବ୍ୟୁରୋ):  ସପ୍ତମ ଦିନରେ ବି ବିଧାନସଭା ଅଚଳ। ପୂର୍ବ ଦିନ ଭଳି ଆଜି ବି ଅଚଳା ଅବସ୍ଥା। ଆରମ୍ଭରୁ ଗୃହରେ ମଧ୍ୟଭାଗକୁ ଆସି ଶାସକ ଓ ବିରୋଧୀଙ୍କ ହଟ୍ଟଗୋଳ । ୩ ଦଳର ସଦସ୍ୟ ଗୃହ ମଧ୍ୟଭାଗକୁ ଆସି ହଟ୍ଟଗୋଳ କରିଥିଲେ। ଉଭୟ କଂଗ୍ରେସ ଓ ବିଜେପି ସଦସ୍ୟ ମିଶି ଘଣ୍ଟ ବାଡେଇଥିଲେ। ହଟ୍ଟଗୋଳ ଯୋଗୁଁ ଗୃହ କାର୍ଯ୍ୟ ଚାଲିନପାରିନଥିଲା । ଆଜି ସପ୍ତମ ଦିନରେ ବି ଗୃହରେ ଦେଖିବାକୁ ମିଳିଥିଲା ମମିତା ତାତି । ମମିତା କୁ ନେଇ ବିଜେପିର ଦୋମୁହାଁ ନିତିକୁ କଟାକ୍ଷ କରିଛି ବିଜେଡି । ମମିତା ପ୍ରସଙ୍ଗରେ ବିଜେପି କୁମ୍ଭୀର କାନ୍ଦଣା କାନ୍ଦୁଛି ବୋଲି ଆରୋପ ଲଗାଇଛି ବିଜେଡି ।

ଗୋଟିଏ ପଟେ ମମିତାକୁ ନ୍ୟାୟ ଦେବା ପାଇଁ ଗୃହକୁ ଅଚଳ କରୁଥିବା ବେଳେ ଅନ୍ୟପଟେ ଅଭିଯୁକ୍ତକୁ ଖସାଇବା ପାଇଁ ଓକିଲାତି କରୁଛି ବୋଲି ଅଭିଯୋଗ କରିଛି ବିଜେଡ଼ି । ଏନେଇ ଶାସକ ଦଳର ସଦସ୍ଯ ମାନେ ହାତରେ ପ୍ଲାକାର୍ଡ ଧରି ଗୃହ ଭିତରେ ପ୍ରତିବାଦ କରିଥିଲେ । ପରେ ବିଧାନସଭା ପରିସର ରେ ଥିବା ଗାନ୍ଧୀ ପ୍ରତିମୂର୍ତ୍ତି ତଳେ ଧାରଣା ଦେଇଥିଲେ । ସେପଟେ ଗୋବିନ୍ଦ ସାହୁଙ୍କ ସପକ୍ଷରେ ଲଢ଼ୁଥିବା ଓକିଲ ମୋହନ ଲାଲ ଶର୍ମା ବିଜେପିର ସଦସ୍ୟ ଅଭିଯୋଗକୁ ଖଣ୍ଡନ କରିଛନ୍ତି ବିଜେପି ବିଧାୟକ ମୁକେଶ ମହାଲିଙ୍ଗ । ଆସନ୍ତକାଲି ୧୦ ଟା ୩୦ ଯାଏ ଗୃହ ମୂଲତବୀ ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.