ଡିସେମ୍ବର ୧ ରୁ ୩୧ ତାରିଖ ପର୍ଯ୍ୟନ୍ତ ବସିବ ବିଧାନସଭା ଶୀତକାଳୀନ ଅଧିବେଶନ

ଭୁବନେଶ୍ୱର(କେ ନ୍ୟୁଜ):  ଆସନ୍ତା ଡିସେମ୍ବର ୧ରୁ ବସିବ ବିଧାନସଭାର ଶୀତ ଅଧିବେଶନ । ପ୍ରଥମ ଦିନ ଆସିବ ଅତିରିକ୍ତ ବଜେଟ । ଡିସେମ୍ବର ୩୧ ତାରିଖ ଯାଏ ଚାଲିବ ଅଧିବେଶନ । ଶୀତ ଅଧିବେଶନରେ ରହିଛି ୨୬ଟି କାର୍ଯ୍ୟଦିବସ । ପ୍ରଶ୍ନକାଳ ରହିବ । ଏନେଇ ବିଧାନସଭା ସଚିବାଳୟ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି । ଆସନ୍ତା ଅଧିବେଶନରେ କିଛି ନୂଆ ବିଲ ଏବଂ ବାକି ରହିଥିବା ବିଲ ମଧ୍ୟ ପାରିତ ହୋଇପାରେ । ପୂର୍ବପରି କରୋନା କଟକଣାରେ ଗୃହକାର୍ଯ୍ୟ ଚାଲିବ ।

ମନ୍ତ୍ରୀ, ବିଧାୟକ ଓ ବିଧାନସଭା ଷ୍ଟାଫଙ୍କ କରୋନା ଟେଷ୍ଟ ହେବ । ସାମ୍ବିଧାନିକ ବିଧିବ୍ୟବସ୍ଥା ଅନୁସାରେ ବର୍ଷକୁ ବିଧାନସଭା ଅଧିବେଶନ ୬୦ ଦିନ ବସିବାର ନିୟମ ରହିଛି । ଏଥିପାଇଁ ଚଳିତବର୍ଷ ଆଉ ୨୬ ଦିନ ବାକି ରହିଛି । ଶୀତ ଅଧିବେଶନ ବସିବା ପାଇଁ ରାଜ୍ୟପାଳ ଓ ରାଜ୍ୟ ସରକାରଙ୍କୁ ବିଧାନସଭା ପକ୍ଷରୁ ଚିଠି କରାଯାଇଥିଲା ।

Leave A Reply

Your email address will not be published.