ଖସୁଛି ପାରଦ ବଢୁଛି ଶୀତ, ହାଡ଼ଭଙ୍ଗା ଜାଡରେ ଥରୁଛି ମୟୂରଭଞ୍ଜ

ମୟୂରଭଞ୍ଜ: ହାଡ଼ ଭଙ୍ଗାରେ ଶୀତରେ ଥରୁଛି ମୟୂରଭଞ୍ଜ । ମୟୂରଭଞ୍ଜ ଜିଲ୍ଲାରେ ତଳ ମୁହାଁ ପାରଦ । ଯେତିକି ଖସୁଛି ପାରଦ ସେତିକି ବଢୁଛି ଶୀତ । ଉପର ବାରାକାମୁଡାରେ ସର୍ବନିମ୍ନ ତାପମାତ୍ରା ୮ ଡିଗ୍ରୀ ରେକର୍ଡ କରାଯାଇଛି । ଗତକାଲି ମଧ୍ୟ ସର୍ବନିମ୍ନ ତାପମାତ୍ରା ୮ ଡିଗ୍ରୀ ରେକର୍ଡ କରିଥିଲା ବନବିଭାଗ । ସମୁଦ୍ର ପତନ ଠାରୁ ୧୧ଶହ ମିଟର ଉଚ୍ଚତାରେ ଶିମିଳିପାଳ ଥିବାରୁ ଏଠାରେ ଅଧିକ ଶୀତ ଅନୁଭୂତି ହେଇଥାଏ ।

ପ୍ରବଳ ଥଣ୍ଡା ସତ୍ତ୍ବେ ବି ବନବିଭାଗ କର୍ମଚାରୀ ଦିନରାତି ଏକ କରି ପାଟ୍ରୋଲିଂ କଡାକଡି କରିଛନ୍ତି ।  ସେହିପରି କରଞ୍ଜିଆ ଉପଖଣ୍ଡର କରଞ୍ଜିଆ, ଶୁକୃଲି, ଯଶିପୁର, ଠାକୁରମୁଣ୍ଡା ଏବଂ ରରୁଆ ଅଞ୍ଚଳରେ ମଧ୍ୟ ଶୀତ ଅନୁଭୂତ ହେଉଛି । ତେବେ ହାଡ଼ଭଙ୍ଗା ଶୀତ ଯୋଗୁଁ କିଛି ସ୍ଥାନରେ ଶୀତ ବସ୍ତ୍ର ପିନ୍ଧିଥିଲେବି ଠିକ ସେ କାମ ଦେଉ ନାହଁ ।  ଯାହା ଫଳରେ ଲୋକମାନେ ବାଧ୍ୟ ହେଇ ଘଣ୍ଟା ଘଣ୍ଟା ଧରି ନିଆଁ ଜାଳି ବସି ରହୁଛନ୍ତି ।  ହାଡ଼ ଭଙ୍ଗା ଶୀତ ପାଇଁ ସକାଳ ଏବଂ ସନ୍ଧ୍ୟା ରେ ରାସ୍ତାଘାଟ ଶୂନସାନ ହେଇଯାଉ ।

You might also like