୪ଦିନ ପରେ ଆସିବ ଶୀତ, ଖସିବ ରାତିର ତାପମାତ୍ରା
କେନ୍ୟୁଜ୍(ବ୍ୟୁରୋ): ରାଜ୍ୟକୁ ପୁଣି ଫେରିବ ଶୀତ। ୪ଦିନ ପରେ ଖସିବ ରାତିର ତାପମାତ୍ରା। ୨୫ତାରିଖରୁ ବର୍ଷାର ପରିମାଣ କମିବା ପରେ ରାଜ୍ୟକୁ ଶୀତ ଫେରିବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ। ରାଜ୍ୟରେ ଗତ ୨୪ ଘଣ୍ଟାରେ ଗୋଟିଏ ଦୁଇଟି ସ୍ଥାନରେ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ହୋଇଛି। କେନ୍ଦ୍ରାପଡ଼ା, ଭଦ୍ରକ, କେନ୍ଦୁଝର ଓ ଗଜପତି ଜିଲ୍ଲାରେ ହୋଇଛି ବର୍ଷା।
ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶାର କେତେକ ସ୍ଥାନରେ ଘନକୁହୁଡ଼ି ଦେଖାଦେଇଛି। ରାଜ୍ୟର ଅଧିକାଂଶ ସ୍ଥାନରେ ସର୍ବନିମ୍ନ ତାପମାତ୍ରାରେ ବୃଦ୍ଧି ଘଟିଛି। ଆଗାମୀ ୨୪ ଘଣ୍ଟାରେ ଗୋଟିଏ ଦୁଇଟି ସ୍ଥାନରେ ହାଲୁକାରୁ ମଧ୍ୟମର ବର୍ଷାର ସମ୍ଭାବନା ରହିଛି। ତେବେ ଆସନ୍ତାକାଲି ବର୍ଷାର ପରିମାଣ ବୃଦ୍ଧି ପାଇବ। ୨୫ ତାରିଖରୁ କମିବ ବର୍ଷାର ପରିମାଣ।