ଶୀତରେ ଗ୍ରୀଷ୍ମ ଅନୁଭୂତ, କୋରାପୁଟରେ ସର୍ବୋଚ୍ଚ ତାପମାତ୍ରା ୩୩ ଡିଗ୍ରୀ ରେକର୍ଡ

ଭୁବନେଶ୍ୱର : ବଦଳିଲା ପାଣିପାଗର ମିଜାଜ । କମିଲା ଶୀତ, ବଢିଲା କୁହୁଡ଼ି । ଭୁବନେଶ୍ୱର ଏବଂ କଟକ ଟୁଇନ୍ ସିଟିରେ ସର୍ବନିମ୍ନ ତାପମାତ୍ରା ଯଥାକ୍ରମେ ୧୪.୪ ଏବଂ ୧୪.୮ ଡିଗ୍ରି ସେଲସିୟସ ରେକର୍ଡ କରାଯାଇଛି । ସାତ ଦିନ ପାଇଁ ଟୁଇନ୍ ସିଟିରେ ରାତିର ତାପମାତ୍ରା ୧୪ରୁ ୧୫ ଡିଗ୍ରି ସେଲସିୟସ ରହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି।
ଅନ୍ୟପଟେ ରାଜ୍ୟର ବିଭିନ୍ନ ସ୍ଥାନରେ ଘନ କୁହୁଡ଼ି ଆସ୍ତରଣ । ପ୍ରବଳ କହୁଡି ପାଇଁ ଯାନବାହାନ ଚଳାଚଳ ବାଧାପ୍ରାପ୍ତ ହୋଇଛି । ଲୋକମାନେ ଯାତାୟତରେ ଅସବିଧାର ସମ୍ମୁଖୀନ ହେଉଛନ୍ତି । ୫୦ ମିଟର ଦୂରତା ପର୍ଯ୍ୟନ୍ତ ଭିଜିବିଲଟି ଶୂନ୍ ରହିଛି । ଘନ କହୁଡ଼ି ପାଇଁ ୪ ଜିଲ୍ଲାକୁ ଚେତାବନୀ ଜାରି କରିଛି ପାଣିପାଗ କେନ୍ଦ୍ର । କୁହୁଡ଼ି ସତର୍କତାକୁ ଦୃଷ୍ଟିରେ ରଖି ସମସ୍ତ ଜିଲ୍ଲାପାଳଙ୍କୁ ଏସଆରସି ସତର୍କ ରହିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।
ସେପଟେ ଶୀତରେ ଗ୍ରୀଷ୍ମ ଅନୁଭୂତ ହୋଇଛି । ଗତକାଲି କୋରାପୁଟରେ ସର୍ବୋଚ୍ଚ ତାପମତ୍ରା ୩୩ ଡିଗ୍ରୀ ରେକର୍ଡ କରାଯାଇଛି । ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁପୂର୍ବାନୁମାନ କରାଯାଇଛି ଯେ ଆଗାମୀ ୭ ଦିନ ରାଜ୍ୟରେ ପାଗ ଶୁଖିଲା ରହିବ । ସର୍ବନିମ୍ନ ତାପମାତ୍ରା ୪ ଡିଗ୍ରୀ ପର୍ଯ୍ୟନ୍ତ ବଢିବ ।
ଆହୁରି ପଢନ୍ତୁ : ଆଜିଠୁ ରାଜ୍ୟରେ କମିବ ଶୀତ, କଲବଲ କରିବ କୁହୁଡ଼ି