ରାଜ୍ୟ

୬ଫୁଟ ଉପରକୁ ଉଠୁଛି ଅଢେଇ ଶହ ବର୍ଷର ପୁରାତନ ଜଗନ୍ନାଥ ମନ୍ଦିର

ଛତ୍ରପୁର: ଉପରକୁ ଉଠୁଛି ଜଗନ୍ନାଥ ମନ୍ଦିର । ଆଧୁନିକ ଜ୍ଞାନ କୌଶଳରେ ଉପରକୁ ଉଠୁଛି ଏହି ମନ୍ଦିର । ଅଢେଇ ଶହ ବର୍ଷର ପୁରାତନ କିର୍ତୀକୁ ଜୀବିତ ରଖିବା ପାଇଁ ମନ୍ଦିରର ପୁନଃ ନିର୍ମାଣ ନକରି ଜଗ ସାହାଯ୍ୟରେ ଉପରକୁ ଉଠାଉଛନ୍ତି କାରିଗର । ମନ୍ଦିର ଦିନକୁ ଦିନ ମାଟି ତଳେ ପୋତି ହୋଇ ଯାଉଥିବାରୁ ମନ୍ଦିରକୁ ଉପରକୁ ଉଠାଇବାକୁ ନିଷ୍ପତି ନେଇଛନ୍ତି ଗ୍ରାମବାସୀ ।

ଏ ହେଉଛି ଗଞ୍ଜାମ ଜିଲ୍ଲା ରମ୍ଭା ବିଜ୍ଞାପିତ ଅଂଚଳର ସର୍ବପୁରାତନ ଜଗନ୍ନାଥ ମନ୍ଦିର । ଏହାକୁ ଅଢେଇ ଶହ ବର୍ଷ ତଳେ ବିରୁଳି ଗଡର ରାଜା ନିର୍ମାଣ କରିଥିଲେ । ପୁରାତନ ସୌନ୍ଦର୍ଯ୍ୟ ଓ ପୁରାତନ କାରୁ କାର୍ଯରେ ଏହାକୁ ରାଜା ନିର୍ମାଣ କରିଥିଲେ । କିନ୍ତୁ ଧିରେ ଧିରେ ଜନବସତି ବଢିବା କରାଣରୁ ରାସ୍ତା ଘାଟ ଗୁଡିକର ବର୍ଷକୁ ବର୍ଷ ନିର୍ମାଣ ଫଳରେ ରାସ୍ତାର ଉଚତା ବଢିବାରେ ଲାଗିଲା ଯାହା ଫଳରେ ମନ୍ଦିର ଉଚ୍ଚତା ଧିରେ ଧିରେ କମିବାର ଲାଗିଲା । ଯାହାକୁ ନେଇ ଗ୍ରାମବାସୀ ଚିନ୍ତା ପ୍ରକଟ କରିବା ସହ ମନ୍ଦିର ଭାଙ୍ଗି ନୂତନ ମନ୍ଦିର କରିବା ପାଇଁ ଇଛାଥିଲେ ମଧ୍ୟ ପୁରାତନ କୀର୍ତି ଲୋପ ପାଇଯିବାର ଭୟ ରହିଥିଲା । ପରବର୍ତୀ ମୁହୁର୍ତରେ ମନ୍ଦିର ଗ୍ରାମବାସୀ ଓ ରମ୍ଭାରେ ଥିବା ମନ୍ଦିର ଉନ୍ନୟନ କମିଟି ନିଷ୍ପତି ନେଇଥିଲେ ଘର ଯେଉଁପରି ଜଗ ସାହାଯ୍ୟରେ ଉପରକୁ ଉଠୁଛି ସେହିପରି ମନ୍ଦିରକୁ ମଧ୍ୟ ଜଗ ସାହାଯ୍ୟରେ ୬ଫୁଟ ଉପରକୁ ଉଠାଇବେ ।

ଶେଷରେ ହରିୟାଣାର ଟିଡିବିଡି ହାଉସ ଲିପ୍ଟିଙ୍ଗ କମ୍ପାନୀ ସହିତ ଯୋଗା ଯୋଗ କରି କାମ ଆରମ୍ଭ କରିଥିଲେ । କମ୍ପାନୀ ର କର୍ମଚାରୀ ମାନେ ମନ୍ଦିରକୁ ଦେଖିବା ପରେ ୩ ମାସ ଭିତରେ କାମ ସରିବା ପାଇଁ ନିଷ୍ପତି ନେଇଥିଲେ । ଉକ୍ତ କମ୍ପାନି ସ୍କୁଆରଫୁଟ ୨୫୦ ଟଙ୍କା ହିସାବରେ କାମ କରିବା ସହ ଆଗରୁ ଓଡିଶା ଓ ଓଡିଶା ବାହରେ ବିଭିନ୍ନ ଜାଗାରେ ଘର ମନ୍ଦିରକୁ ଉପରକୁ ଉଠାଇଥିବା କହିଛନ୍ତି । ତେବେ ଏହି ଜଗନ୍ନାଥ ମନ୍ଦିର ୬ଫୁଟ ଉପରକୁ ଉଠିବା ସହ ଏଥିରେ ୪୦୦ ଜଗ ଓ ୮ ଜଣ କର୍ମଚାରୀ ଲାଗିଛନ୍ତି ।

ନୂତନ ମନ୍ଦିର ନିର୍ମାଣ ଦ୍ୱାର ଅଧିକ ଟଙ୍କା ଖର୍ଚ୍ଚ ହେବା ସହ ପୁରୁଣା କୀର୍ତି ଲୋପ ପାଇଯିବ ଏହାକୁ ଆଖି ଆଗରେ ରଖି ମନ୍ଦିରକୁ ଉପରକୁ ଉଠାଇବା ପାଇଁ ଗ୍ରାମବାସୀ ନିଷ୍ପତି ନେଇଥିବା ବେଳେ ଏହା ଗଞ୍ଜାମ ର ପ୍ରଥମ ମନ୍ଦିର ଯାହାକୁ ଜଗ ସାହାଯ୍ୟରେ ଉପରକୁ ଉଠାଯାଉଛି । ତେବେ ଯାହାକୁ ଦେଖିବା ପାଇଁ ଆଗ୍ରହ ପ୍ରକାଶ କରିବା ସହ ଲୋକ ମାନେ ଏହା ଦେଖି ଆଶ୍ଚର୍ଯ୍ୟ ହେଉଛନ୍ତି । ଏହା ଦେଖିବାକୁ ଆଖପାଖ ଗ୍ରାମରୁ ମଧ୍ୟ ଲୋକ ଆସୁଥିବାବେଳେ ଏବେ ମନ୍ଦିର କାମ ଚାଲିଥିବାରୁ ଜଗନ୍ନାଥଙ୍କ ମୂର୍ତ୍ତିକୁ ଆସ୍ଥାୟୀ ମଣ୍ଡପ କରି ସ୍ଥାନାନ୍ତର କରାଯାଇଛି ।

 

Sonalisa

Recent Posts

ପ୍ୟାରିସ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍‌ ଘୋଷଣା, ଓଡିଆ ଖେଳାଳି ଅମିତ ରୋହିଦାସଙ୍କୁ ସୁଯୋଗ

ଜୁଲାଇରେ ହେବାକୁ ଥିବା ପ୍ୟାରିସ୍ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍ ଘୋଷଣା ହୋଇଛି । ହରମନପ୍ରୀତ ସିଂହଙ୍କ ନେତୃତ୍ୱରେ…

1 min ago

ବର୍ଷାରେ ଜଳମଗ୍ନ ରାଜଧାନୀ, ଯାତାୟାତ ବାଧାପ୍ରାପ୍ତ

ଭୁବନେଶ୍ୱର: ଗରମ ଓ ଗୁଳୁଗୁଳିରୁ ମିଳିଲା ଆଶ୍ବସ୍ତି । ଭୁବନେଶ୍ବର ଓ କଟକରେ ଝଡ଼ପବନ ସହ ବର୍ଷା । ରାଜଧାନୀର…

3 mins ago

ସେଲଫି ନେବା ସମୟରେ ଫ୍ୟାନ୍ସଙ୍କୁ ଧକ୍କା ମାରିଲେ ଧନୁଷଙ୍କ ବଡିଗାର୍ଡ, ଭାଇରାଲ ହେଉଛି ଭିଡିଓ

ଫ୍ୟାନ୍ସ ପ୍ରାୟତଃ ବଲିଉଡ ଷ୍ଟାରମାନଙ୍କ ସହିତ ଫଟୋ ଉଠାଇବାକୁ ଏବଂ ଦେଖା କରିବାକୁ ଚାହଁଥାନ୍ତି । ତେବେ ଅନେକ ଥର…

44 mins ago

ବଦଳିଲା ପାଣିପାଗର ମିଜାଜ: ରାଜଧାନୀରେ ପ୍ରବଳ ବର୍ଷା, ବୁଡିଲା କାର୍‌ ଓ ବସ୍‌

ଭୁବନେଶ୍ୱର: ବଦଳିଲା ପାଣିପାଗର ମିଜାଜ। ରାଜଧାନୀର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା । ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା…

58 mins ago

ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼ ବୟାନ, ନିଶା ଦ୍ୱାରା ସମାଜ କଳୁଷିତ ହେଉଛି

ଭୁବନେଶ୍ୱର: ଓଡ଼ିଶାକୁ ମଦ ମୁକ୍ତ କରିବା ପାଇଁ ଯୋଜନା । ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼…

1 hour ago

ମଦ ପାଇଁ ପ୍ରତି ବର୍ଷ ଯାଉଛି ୩୦ ଲକ୍ଷ ଲୋକଙ୍କ ଜୀବନ, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ୍‌ ଦେଲା ଚେତାବନୀ

ପ୍ରତି ବର୍ଷ ୩୦ ଲକ୍ଷ ଲୋକଙ୍କର ମଦ ପାଇଁ ଯାଉଛି ଜୀବନ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମଙ୍ଗଳବାର ଏହା…

1 hour ago