ରାଜ୍ୟ

ବିନା ଭକ୍ତରେ ଆରମ୍ଭ ହେଲା ମାଆ ଭଣ୍ଡାର ଘରଣୀଙ୍କ ପୀଠରେ ନବରାତ୍ରୀ ପୂଜା

କରୋନା ଛଡାଇନେଉଛି ଉତ୍ସବର ମାହୋଲ। ଯେଉଁଠାରେ ଭକ୍ତଙ୍କ କୋଳାହଳରେ ପୀଠ ଫାଟି ପଡିବା କଥା ସେଠି ଆଜି ଖାଁ ଖାଁ। ଲାଗୁଛି ସତେ କରୋନା ରାକ୍ଷସ ନିଜର ଆଧିପତ୍ୟ ଜାହିର କରୁଛି। ଭକ୍ତଙ୍କ ଠାରୁ ଭଗବାନଙ୍କୁ ଓ ଭଗବାନଙ୍କ ଠାରୁ ଭକ୍ତଙ୍କ ମଧ୍ୟରେ ବିରାଟ ପାଚେରୀ ସୃଷ୍ଟି କରୁଛି, ଯାହାକୁ ନେଇ ନବରଙ୍ଗପୁର ବାସୀ ଭାବାବେଗ ହୋଇ ଉଠିଛନ୍ତି। ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମାଆ ଭଣ୍ଡାର ଘରଣୀଙ୍କ ପୀଠରେ ଆଉ ଶୁଭୁ ନାହିଁ ବାଜା ବାଜଣା, ମାଆଙ୍କ ମନ୍ତ୍ର ଉଚ୍ଚାରଣରେ ଆଉ ପ୍ରକମ୍ପିତ ହେଉ ନାହିଁ ଆଉ ପୀଠ। ଚଳିତ ବର୍ଷ ମାଆଙ୍କ ବିନା ଦର୍ଶନରେ ପାଳିବାକୁ ହେବ ନବରାତ୍ରୀ।

ନବରାତ୍ରୀ ଆରମ୍ଭ ଠାରୁ ଦଶହରା ପର୍ଯ୍ୟନ୍ତ ନବରଙ୍ଗପୁର ସହରର ଅଧିଷ୍ଠାତ୍ରୀ ଦେବୀ ମାଆ ଭଣ୍ଡାର ଘରଣୀଙ୍କ ପୀଠରେ ମହା ଆଡମ୍ବରରେ ପୂଜା ପାଇଥାନ୍ତି ମାଆ, ହଜାର ହଜାର ସଂଖ୍ୟାରେ ଭକ୍ତ ମାନେ ମାଆଙ୍କ ଦର୍ଶନ ନିମନ୍ତେ ଅତୁରତାର ସହ ଚାହିଁ ବସିଥାନ୍ତି। ପ୍ରତି ବର୍ଷ ଭକ୍ତ ମାନେ ଅତି ନିଷ୍ଠା ଓ ଭକ୍ତିର ସହ ନବରାତ୍ରୀ ପାଳନ କରିବା ସହ ମନ୍ଦିର ବେଢାରେ ଦିନ ତମାମ ଉପସ୍ଥିତ ରହି ମାଆ ଭଣ୍ଡାର ଘରଣୀଙ୍କ ଉପାସନା କରିଥାନ୍ତି।

କିନ୍ତୁ ଚଳିତ ବର୍ଷ କାରୋନା ମହାମାରୀ କାରଣରୁ ସରକାରଙ୍କ କଟକଣାକୁ ଦୃଷ୍ଟିରେ ରଖି ନିରାଡ଼ମ୍ବର ଭାବେ ଭକ୍ତଙ୍କ ବିନା ପୂଜା ପାଇବେ ମାଆ ଭଣ୍ଡାର ଘରଣୀ। ମାଆଙ୍କ ନୀତି କାନ୍ତିରେ କୌଣସି ପ୍ରକାର ଉଣା କରାଯାଉନଥିଲେ ମଧ୍ୟ ନବରଙ୍ଗପୁର ସହରର ହଜାର ହଜାର ଭକ୍ତ ମାଆଙ୍କ ଟିକିଏ ଦର୍ଶନ ବି ହୋଇପାରିବ ନାହିଁ ବୋଲି ଦୁଃଖର ସହ ଭାବପୂର୍ଣ ହୋଇପଡିଛନ୍ତି। ଏହି ନବରାତ୍ରୀରେ ସହର ବାଜା ବାଜଣାରେ ପ୍ରକମ୍ପିତ ହୋଇ ଉଠୁଥିଲା, ମାଆଙ୍କ ମନ୍ତ୍ର ଉଚ୍ଚାରଣରେ ଭକ୍ତ ମାନେ ପୁଲକିତ ହୋଇ ଉଠୁଥିଲେ। କିନ୍ତୁ ଚଳିତ ବର୍ଷ ଭକ୍ତ ବିନା ଭଗବାନ ଆଉ ଭଗବାନ ବିନା ଭକ୍ତ ନବରାତ୍ରୀ ପାଳନ କରିବାର ପରିସ୍ଥିତି ସୃଷ୍ଟି ଯୋଗୁଁ ଭକ୍ତ ମାନଙ୍କ ହୃଦୟରେ ଦେଖାଦେଇଛି ଗଭୀର ଦୁଃଖ ।

କାରୋନା ମହାମାରୀ କାରଣରୁ ସରକାରଙ୍କ କୋଭିଡ ନିୟମ ଅନୁସାରେ ମନ୍ଦିର ଭିତରେ କିଛି ନିର୍ଦ୍ଧିଷ୍ଟ ସେବାୟତ ମାନେ ମାସ୍କ ପରିଧାନ କରି ସାମାଜିକ ଦୂରତା ଅବଲମ୍ବନ ପୂର୍ବକ ମାଆ ଭଣ୍ଡାର ଘରଣୀଙ୍କ ନୀତି କାନ୍ତି ସମ୍ପାଦନ କରିବା ପାଇଁ ଜିଲ୍ଲା ପ୍ରଶାସନର ଆଦେଶ ଅନୁସାରେ ମନ୍ଦିର କମିଟି ପ୍ରସ୍ତୁତ ହୋଇଛି। ନିୟମିତ ଭାବରେ ମନ୍ଦିର ବେଢ଼ାକୁ ବିଶୋଧନ କରିବାର ବ୍ୟବସ୍ଥା ମଧ୍ୟ ମନ୍ଦିର କମିଟି କରିଛି। ଯେଉଁ ଭକ୍ତ ମାନେ ନବରାତ୍ରୀ ପାଇଁ ମାଆଙ୍କ ନିକଟରେ ପ୍ରଦୀପ ପ୍ରଜ୍ୱଳନ କରିବା ପାଇଁ ଚାହୁଁଛନ୍ତି ସେମାନଙ୍କ ଠାରୁ ଜନ ଗହଳିକୁ ଏଡ଼ାଇବା ପାଇଁ ପୂର୍ବରୁ ଦୀପ ସଂଗ୍ରହ କରା ସରିଛି। ଏହିଭଳି ପରିସ୍ଥିତିକୁ ନେଇ ଭକ୍ତ ମାନେ ଯେତିକି ଦୁଃଖିତ ଅଛନ୍ତି, ମନ୍ଦିର କମିଟି ମଧ୍ୟ ଦୁଃଖିତ ଥିବା କହିଛନ୍ତି।

ଭକ୍ତ ଆଉ ଭଗବାନ ମଧରେ ଏହି କାରୋନା ରୋଗ ବାଧକ ସାଜିଛି , ଏହି ମହାମାରୀ ରୋଗ ଆସିବ ଦିନଠାରୁ ଭକ୍ତ ଭଗବାନଙ୍କ ଦର୍ଶନରୁ ବଞ୍ଚିତ ହୋଇଛି । କେବେ ଏହି ମହାମାରୀ ଦୁନିଆରୁ ହଟିବ ଏବଂ ଭକ୍ତ ଆଉ ଭଗବାନଙ୍କ ମିଳନ ହୋଇପାରିବ ତାକୁ ସମସ୍ତେ ଅପେକ୍ଷା କରି ରହିଛନ୍ତି ।

Pritiparna

Recent Posts

ସେଲଫି ନେବା ସମୟରେ ଫ୍ୟାନ୍ସଙ୍କୁ ଧକ୍କା ମାରିଲେ ଧନୁଷଙ୍କ ବଡିଗାର୍ଡ, ଭାଇରାଲ ହେଉଛି ଭିଡିଓ

ଫ୍ୟାନ୍ସ ପ୍ରାୟତଃ ବଲିଉଡ ଷ୍ଟାରମାନଙ୍କ ସହିତ ଫଟୋ ଉଠାଇବାକୁ ଏବଂ ଦେଖା କରିବାକୁ ଚାହଁଥାନ୍ତି । ତେବେ ଅନେକ ଥର…

36 mins ago

ବଦଳିଲା ପାଣିପାଗର ମିଜାଜ: ରାଜଧାନୀରେ ପ୍ରବଳ ବର୍ଷା, ବୁଡିଲା କାର୍‌ ଓ ବସ୍‌

ଭୁବନେଶ୍ୱର: ବଦଳିଲା ପାଣିପାଗର ମିଜାଜ। ରାଜଧାନୀର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା । ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା…

51 mins ago

ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼ ବୟାନ, ନିଶା ଦ୍ୱାରା ସମାଜ କଳୁଷିତ ହେଉଛି

ଭୁବନେଶ୍ୱର: ଓଡ଼ିଶାକୁ ମଦ ମୁକ୍ତ କରିବା ପାଇଁ ଯୋଜନା । ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼…

1 hour ago

ମଦ ପାଇଁ ପ୍ରତି ବର୍ଷ ଯାଉଛି ୩୦ ଲକ୍ଷ ଲୋକଙ୍କ ଜୀବନ, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ୍‌ ଦେଲା ଚେତାବନୀ

ପ୍ରତି ବର୍ଷ ୩୦ ଲକ୍ଷ ଲୋକଙ୍କର ମଦ ପାଇଁ ଯାଉଛି ଜୀବନ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମଙ୍ଗଳବାର ଏହା…

1 hour ago

ଆଫଗାନିସ୍ତାନର ଐତିହାସିକ ବିଜୟ ପରେ ରାଶିଦ ଖାନଙ୍କୁ ଆସିଲା ସରପ୍ରାଇଜ କଲ୍‌, ଭିଡିଓ ଭାଇରଲ

ଆଇସିସି ଟି୨୦ ବିଶ୍ୱ ସେମିଫାଇନାଲରେ ପ୍ରବେଶ କରି ଇତିହାସ ରିଚିଛି ଆଫଗାନିସ୍ତାନ ଟିମ୍‌ । ଅଷ୍ଟ୍ରେଲିଆକୁ ହରାଇ ଟି୨୦ ବିଶ୍ୱକପରୁ…

1 hour ago

ଓଡ଼ିଶା ଆସି ପୁରୀ ରଥଯାତ୍ରା ଦେଖିବେ ରାଷ୍ଟ୍ରପତି

ପୁରୀ: ରଥଯାତ୍ରା ଦେଖିବେ ରାଷ୍ଟ୍ରପତି । ୭ ଓ ୮ ତାରିଖ ଦୁଇ ଦିନ ପୁରୀରେ ରହି ଶ୍ରୀଜିଉଙ୍କୁ ଦର୍ଶନ…

2 hours ago