ସରିଲା ପାଟଣାଗଡ଼ ପାର୍ସଲ ବୋମା ଘଟଣାରେ ସାକ୍ଷ୍ୟ ଗ୍ରହଣ, ୬ ରୁ ଆରମ୍ଭ ହେବ ଆର୍ଗୁମେଣ୍ଟ

ପାଟଣାଗଡ଼ : ସରିଲା ବହୁଚର୍ଚ୍ଚିତ ପାଟଣାଗଡ଼ ପାର୍ସଲ ବୋମା ଘଟଣାରେ ସାକ୍ଷ୍ୟ ଗ୍ରହଣ। ଆସନ୍ତା ୬ ରୁ ଆରମ୍ଭ ହେବ ଆର୍ଗୁମେଣ୍ଟ । ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ପୁଞ୍ଜିଲାଲ ମେହେରଙ୍କୁ ବଲାଙ୍ଗିର ଜେଲରେ ବିଚରାଧୀନ କଏଦି ଭାବେ ରଖାଯାଇଛି । ପାଟଣାଗଡ଼ ଅତିରିକ୍ତ ଜିଲ୍ଲା ଦୌରାଜଜଙ୍କ କୋର୍ଟରେ କେସ ବିଚରାଧୀନ ଥିବା ବେଳେ ସରକାରୀ ପକ୍ଷରୁ ୬୨ ଜଣ ସାକ୍ଷୀ ଓ ପୁଞ୍ଜିଲାଲଙ୍କ ପକ୍ଷରୁ ୩ ଜଣ ସଫେଇ ସାକ୍ଷୀଙ୍କ ସାକ୍ଷ୍ୟଗ୍ରହଣ ସରିଛି ।

ଆଜି ମାନ୍ୟବର ଅତିରିକ୍ତ ଜିଲ୍ଲା ଦୌରାଜଜଙ୍କ କୋର୍ଟରେ ଶେଷ ପରିତ୍ରାଣ ସାକ୍ଷୀଙ୍କ ସାକ୍ଷ୍ୟ ଗ୍ରହଣ ନିଆଯାଇଥିବା ବେଳେ ଅଭିଯୁକ୍ତ ପୁଞ୍ଜିଲାଲ ମେହେର ଆଭାସୀ ମାଧ୍ୟମରେ ବଲାଙ୍ଗିର କୋର୍ଟରେ ହାଜର ହୋଇଥିଲେ। ଆସନ୍ତା ୬ ତାରିଖରେ ଆର୍ଗୁମେଣ୍ଟ ପାଇଁ ଦିନ ଧାର୍ଯ୍ୟ କରାଯାଇଛି । ଗତ ୨୦୧୮ ମସିହା ଫେବୃଆରୀ ୨୩ ତାରିଖରେ ଲୋମହର୍ଷଣ କାରି ପାର୍ସଲ ବୋମା ଘଟଣା ଘଟିଥିଲା ।

ପାଟଣାଗଡ଼ ଅଧ୍ୟାପକ ଦମ୍ପତି ରବୀନ୍ଦ୍ର ସାହୁ ଓ ସଂଯୁକ୍ତା ସାହୁ ଙ୍କ ପୁଅବାହାଘରକୁ ଗିଫ୍ଟରେ ପାର୍ସଲବୋମା ଆସିଥିବା ବେଳେ ଖୋଲିଲାବେଳେ ସୋମ୍ୟଶେଖର ସାହୁ ଓ ତାଙ୍କ ସମ୍ପର୍କୀୟ ଜେଜେମା ଜେମାମଣି ସାହୁ ଙ୍କ ମୃତ୍ୟୁ ଘଟିଥିବା ବେଳେ ଗୁରୁତର ହୋଇ ଅଳ୍ପକେ ବର୍ତ୍ତୀଯାଇଥିଲେ ରିମାରାଣୀ ।