ଘର ଭିତରେ ସ୍ବାମୀ ଆଗରେ ସ୍ତ୍ରୀଙ୍କୁ ଦୁଷ୍କର୍ମ ଉଦ୍ୟମ ଅଭିଯୋଗ

ଭଦ୍ରକ : ଘର ଭିତରେ ସ୍ବାମୀ ଆଗରେ ମହିଳାଙ୍କୁ ଦୁଷ୍କର୍ମ ଉଦ୍ୟମ ଅଭିଯୋଗ । ଟ୍ରାକ୍ଟର ଚଲାଇବା ଆଳ ଦେଖାଇ ମହିଳାଙ୍କୁ ଅଶ୍ଳୀଳ ଇଙ୍ଗିତ କରିବା ସହ ଦୁଷ୍କର୍ମ କରିବାକୁ ଉଦ୍ୟମ କରିଥିବା ଅଭିଯୋଗ ଆଣିଛନ୍ତି ମହିଳା । ଏହି ଘଟଣା ପୁରା ଗାଁରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ନ୍ୟାୟ ପାଇବା ଆଶାରେ ଥାନାର ଦ୍ବାରସ୍ଥ ହୋଇଛନ୍ତି ସ୍ବାମୀ ସ୍ତ୍ରୀ ।

ସ୍ୱାମୀ ଶାରୀରିକ ଭିନ୍ନକ୍ଷମ । ଅଭିଯୋଗ ହେଉଛି କି ସେଥିପାଇଁ ସ୍ତ୍ରୀ ଉପରେ ଲୋଲୁପ ଦୃଷ୍ଟି ପକାଇଥିଲେ ଗାଁର ଜଣେ ଯୁବକ । ମନେ ମନେ ମହିଳାଙ୍କୁ ଚାହୁଁଥିବା ଏବଂ ପାଇବା ନେଇ ଅଭିଯୋଗ କରିଛନ୍ତି ମହିଳା ଏବଂ ତାଙ୍କ ସ୍ବାମୀ । ଏଭଳି ଏକ ଲଜ୍ଜାଜନକ ଘଟଣା ଭଦ୍ରକ ଜିଲ୍ଲା ଧାମରା ଥାନା କଇଥକୋଲା ଅଞ୍ଚଳରୁ ଆସିଛି ।

ଦୁଷ୍କର୍ମ ଉଦ୍ୟମ ଅଭିଯୋଗରେ ଭଦ୍ରକ ଜିଲ୍ଲା ଧାମରା ଥାନା କଇଥକୋଲାର ଅବଦୁଲ ଅହେମେଦ ଖାନ ନାମକ ଯୁବକକୁ ଗିରଫ କରି କୋର୍ଟ ଚାଲାଣ କରିଛି ଧାମରା ପୋଲିସ । ମହିଳାଙ୍କ ଅଭିଯୋଗ ଅନୁସାରେ ତାଙ୍କର ସ୍ୱାମୀ ଜଣେ ଦିବ୍ୟାଙ୍ଗ । ଏକ ଦୁର୍ଘଟଣା ପରେ ତାଙ୍କର ଗୋଡ଼ ଦୁଇଟି କାମ କରୁନାହିଁ । ତେଣୁ ଘର ପରିବାର ଓ ବ୍ୟସାୟ ସବୁ କଥା ସ୍ତ୍ରୀ ହିଁ ବୁଝନ୍ତି । ମହିଳାଙ୍କର ଗୋଟେ ଟ୍ରାକ୍ଟର ଅଛି। ହେଲେ ବାରମ୍ବାର ଅବଦୁଲ ଟ୍ରାକ୍ଟର କାମରେ ଲଗାଇବା ନେଇ ହଇରାଣ କରୁଥିଲା ।

କିନ୍ତୁ ନିକଟରେ ଦିନେ ସକାଳୁ ସକାଳୁ ଉଦ୍ଧତର ସବୁ ସୀମା ପାର୍ କରି ଦେଇଥିଲା ଅବଦୁଲ । ସେ ମହିଳାଙ୍କ ଘରଜୁ ଆସି ଟ୍ରାକ୍ଟର କାମରେ ଲଗାଇବାକୁ ହେଲେ ମୋ କଥା ମାନିବାକୁ ପଡ଼ିବ ବୋଲି କହିଥିଲା । ଏଥିରେ ମହିଳା ରାଜି ନହେବାରୁ ତାଙ୍କୁ ଅଶ୍ଳୀଳ ଇଙ୍ଗିତ କରିବା ସହ ଦୁଷ୍କର୍ମ ଉଦ୍ୟମ କରିଥିବା ନେଇ ଧାମରା ଥାନାରେ ମହିଳା ଜଣକ ଅଭିଯୋଗ କରିଛନ୍ତି । ତାହା ପୁଣି ସ୍ବାମୀଙ୍କ ସମାନରେ । ଏନେଇ ପୋଲିସ ତଦନ୍ତ କରି ଅବଦୁଲକୁ ଗିରଫ କରି କୋର୍ଟ ଚାଲାଣ କରିଛି ।

Also read :ଗୁଣିଗାରେଡ଼ି ସନ୍ଦେହ, ଜଡ଼ିବୁଟି ଔଷଧ ବିକାଳିକୁ ନାବାଳକର ଛୁରାମାଡ଼