ବାଲେଶ୍ଵର : ଅଦାଲତ ଭିତରେ ଶୁଣାଣି ବେଳେ ବିଷ ପିଇ ଦେଲେ ମହିଳା, ନିଜ କେସ୍‌ ନିଜେ ଲଢୁଥିଲେ

ବାଲେଶ୍ଵର (କେନ୍ୟୁଜ୍‌) : ଇଏ କେଉଁ ସିନେମା ନଥିଲା କି ନାଟକ ନଥିଲା । ଥିଲା ଏକଦମ ବାସ୍ତବ ଘଟଣା । ବାଲେଶ୍ଵର ପରିବାର ଅଦାଲତରେ ଆଜି ଘଟିଛି ଏକ ଅଭାବନୀୟ ଘଟଣା । ଆଜି କୋର୍ଟରେ ଶୁଣାଣି ଚାଲିଥିବା ବେଳେ ବିଷ ପିଇ ଦେଲେ ଜଣେ ମହିଳା ଓକିଲ । ସେ ଗୁରୁତର ଅସୁସ୍ଥ ହୋଇ ପଡ଼ିବାରୁ ତାଙ୍କୁ ବାଲେଶ୍ଵର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ତାଙ୍କ ସାଥୀ ଓକିଲମାନେ ଅସୁସ୍ଥ ମହିଳାଙ୍କୁ ଡାକ୍ତରଖାନା ଆଣିଥିଲେ ।

ମହିଳା ଓକିଲ ଜଣକ ନିଜ ଛାଡ଼ପତ୍ର ମାମଲାରେ ନିଜେ ଲଢୁଥିଲେ । ସେ ୨୦୧୧ ମସିହାରୁ ଏହି କେସ୍‌ ଲଢ଼ି ଆସୁଛନ୍ତି । ଏହି ମହିଳା ଓକିଲ ଜଣକ ହେଲେ ଭାଗ୍ୟବତୀ ବେହେରା । ନିଜର ଛାଡ଼ପତ୍ର ମାମଲାକୁ ନେଇ ଅସନ୍ତୋଷ ଓ ହତାଶାରେ ସେ ବିଷ ପିଇ ଦେଇଥିବା ଜଣାପଡ଼ିଛି । ଘଟଣାର ତଦନ୍ତ ଚାଲିଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.