ଢେଙ୍କାନାଳ: ଯୌତୁକ ପାଇଁ ହତ୍ୟା ଅଭିଯୋଗ । ମହିଳାଙ୍କୁ ପିଟିପିଟି ହତ୍ୟା କରିଥିବା ଅଭିଯୋଗ କଲେ ପରିବାର । ଢେଙ୍କାନାଳ ଭାପୁର ଫାଣ୍ଡି ଗଙ୍ଗାଧର ପ୍ରସାଦ ଗାଁରେ ଅଭାବନୀୟ ଘଟଣା ଘଟିଛି । ମୃତକ ହେଲେ ପୂଜା ପାତ୍ର । ଅଭିଯୋଗ ପରେ ମୃତକଙ୍କ ସ୍ବାମୀଙ୍କୁ ଅଟକ ରଖିଛି ପୋଲିସ ।
ଅଭିଯୋଗ ଅନୁଯାୟୀ, କଟକ ମଣିଆବନ୍ଧ ଥାନା କସିକିଆରୀ ଗାଁର ପୂଜା ପାତ୍ର ୭ବର୍ଷ ପୂର୍ବେ ରଶ୍ମିତ ପାତ୍ରଙ୍କୁ ବିବାହ କରିଥିଲେ । ବାହାଘର ପରଠୁ ବାପଘରୁ ଟଙ୍କା ଆଣିବାକୁ ବାରମ୍ବାର କହୁଥିଲେ ରଶ୍ମିତ । ଏପରିକି ସ୍ବାମୀ ଓ ଶାଶୂଘର ଲୋକ ନିର୍ଯାତନା ମଧ୍ୟ ଦେଉଥିଲେ ବୋଲି କହିଛନ୍ତି ମୃତ ମହିଳାଙ୍କ ପରିବାର ।
ଆହୁରି ପଢ଼ନ୍ତୁ : ପୁଣି ଚର୍ଚ୍ଚାରେ ବଳଙ୍ଗା ନାବାଳିକା ମୃତ୍ୟୁ ଘଟଣା, ସୋସିଆଲ ମିଡିଆରେ ଭାଇରାଲ୍ ହେଉଛି ପୀଡ଼ିତାଙ୍କ ବୟାନ