ମହିଳାଙ୍କୁ ଦୁଷ୍କର୍ମ ଅଭିଯୋଗ, ଥାନାରେ ଏତଲା ଦେଲେ ସ୍ବାମୀ

ପୋଲସରା : ମହିଳାଙ୍କୁ ଦୁଷ୍କର୍ମ ଅଭିଯୋଗ । ଗଞ୍ଜାମ ଜିଲ୍ଲା ବୁଗୁଡା ଥାନାରେ ଅଭିଯୋଗ କରିଛନ୍ତି ପୀଡିତା । ଅଭିଯୁକ୍ତ ନିରଞ୍ଜନ ଗୌଡ଼ ନାଁରେ ଥାନାରେ ଏତଲା ଦିଆଯାଇଛି । ଅଭିଯୋଗ ଅନୁଯାୟୀ, ନିରଞ୍ଜନ କେବୁଲ ଲାନ ମରାମତି କରିବା ପାଇଁ ମହିଳାଙ୍କ ଘରକୁ ଯାଇଥିଲେ । ଘରେ କେହିନଥିବାର ସୁଯୋଗ ନେଇ ଦୁଷ୍କର୍ମ କରିଥିଲେ । ଏପରିକି ଦୁଷ୍କର୍ମ ସମୟର ଫଟୋ ଉତ୍ତୋଳନ କରି ପୁଣି ଶାରୀରିକ ସମ୍ପର୍କ ରଖିବାକୁ ବାଧ୍ୟ କରିଥିଲେ । ନଚେତ୍ ମହିଳାଙ୍କ ସ୍ବାମୀ ଓ ପୁଅକୁ ଫଟୋ ପଠାଇଦେବାକୁ ଧମକାଇଥିଲେ । ଘଟଣା ମହିଳାଙ୍କ ସ୍ବାମୀ ଜାଣିବା ପରେ ଥାନାରେ ଏତଲା ଦେଇଛନ୍ତି । ଅନ୍ୟପଟେ ଅଭିଯୁକ୍ତ ପକ୍ଷରୁ ମଧ୍ୟ ବୁଗୁଡା ଥାନାରେ ପାଲଟା ଏତଲା ଦିଆଯାଇଛି ।