ଭୁବନେଶ୍ବର : ବାପା ନଥିବାବେଳେ ଘରକୁ ଆସୁଥିଲା ପରପୁରୁଷ…ସବୁଦିନ ଘରକୁ ଯାଆ ଆସ୍ କରୁଥିଲେ…ହେଲେ ବାପାଙ୍କ ବଦଳରେ ଆଉ କାହାକୁ ଦେଖି ସହି ପାରିଲେନି ପିଲା…
ଆଉ ତାର ଫଳ ଭୋଗିଲେ ନିଜ ଜନ୍ମ କଲା ମାଆ ଠାରୁ…ଏହାକୁ ନେଇ ଏମିତି ଏକ ଚାଞ୍ଚଲ୍ୟକର ଘଟଣା ଘଟିଛି ଯାହାକୁ ଶୁଣିଲେ ଆପଣଙ୍କ ଲୋମ ଟାଙ୍କୁରି ଉଠିବ । ରକ୍ତ ଗରମ ହେଇଯିବ । ବାପା ଥାଉ ଥାଉ ଅନୈତିକ ସମ୍ପର୍କରେ ବୁଡ଼ି ରହିଥିଲା ମା’ । ହେଲେ ମାଆର ଏହି ଲୁଚା ଛପା ପ୍ରେମକୁ ବିରୋଧ କରିବା ପିଲାଙ୍କ ପାଇଁ କାଳ ହେଲା। ଯେଉଁ ମା’ ନିଜ ପିଲାଙ୍କୁ ରକ୍ଷା କରିବା କଥା ସେ ପାଲଟିଗଲା ରାକ୍ଷସୀ । ପାଟି ଫିଟାଇବାର ଶାସ୍ତି ସ୍ୱରୂପ ମା’ ଆଗରେ ପିଲାଙ୍କୁ ଚେଙ୍କ ଦେଇ ଚାଲିଲା ମାଆର ପ୍ରେମିକ । ଦିନେ କି ଦୁଇ ଦିନ ନୁହେଁ ତିନି ଦିନ କାଳ ଘରେ ବନ୍ଦ୍ କରି ଅକଥନୀୟ ନିର୍ଯାତନା ଦେଉଥିଲା ମାଆର ପ୍ରେମିକ । ବିଶ୍ବାସ କରନ୍ତୁ ମାଆର ସେହି ପ୍ରେମିକ ପିଲାମାନଙ୍କର ଏମିତି ଅବସ୍ଥା କରିଛି ଯେ ଆମେ ତାର ଚିତ୍ର ଆପଣମାନଙ୍କୁ ଦେଖାଇ ପାରିବୁନି । କେବଳ କଥା ଶୁଣି ଯଦି ଆମ ଲୋମ ଟାଙ୍କୁରି ଯାଉଛି ତେବେ ନିର୍ଯାତନାର ଚିତ୍ର କିଭଳି ଥିବା ଥରେ ଭାବି ଦେଖନ୍ତୁ । ତେବେ ଯମ ଯନ୍ତ୍ରଣା ଭଳି କଷ୍ଟକୁ ସହିବା ପରେ ଦୁଇ ପିଲାଙ୍କୁ ଉଦ୍ଧାର କରିଛି ପୋଲିସ୍।
ଏପରି ଏକ ଲଜ୍ଜାଜନକ ଘଟଣା ରାଜଧାନୀ ଭୁବନେଶ୍ୱରର ମୈତ୍ରୀବିହାର ଥାନା ମହାବୀର ନଗର ବସ୍ତିରେ ଘଟିଛି । ଦୁଇ ପିଲାଙ୍କୁ ଗରମ ଷଣ୍ଡୁଆସୀରେ ଚେଙ୍କ ଦିଆଯାଇଛି। ଶରୀରର ବିଭିନ୍ନ ସ୍ଥାନରେ କ୍ଷତ ହୋଇଛି । ଏହି ଘଟଣାରେ ପୋଲିସ୍ ପୀଡ଼ିତ ପିଲାଙ୍କ ମା’ ଓ ତାର ପ୍ରେମିକକୁ ଗିରଫ କରି ପଚରା ଉଚରା କରୁଛି।
ଅଭିଯୋଗ ହୋଇଛି, ବାପା ଅନୁପସ୍ଥିତିରେ ମା’ ଅନ୍ୟ ପୁରୁଷଙ୍କ ସହ ପ୍ରେମ ସମ୍ପର୍କ ରଖିଥିଲେ। ଯାହାକୁ ପିଲାମାନେ ବିରୋଧ କରୁଥିଲେ । ଫଳରେ ନିଜ ପିଲାଙ୍କୁ ହିଁ ନିଜ ରାସ୍ତାର କଣ୍ଟା ଭାବିଥିଲେ ମହିଳା ଜଣକ । ଏହାପରେ ପୂରା ପ୍ଲାନ୍ କରି ଦୁଷ୍ଟ ହେଉଥିବା ଆଳ ଦେଖାଇ ପ୍ରେମିକ ହାତରେ ନିଜ ଦୁଇ ପିଲାଙ୍କୁ ଚେଙ୍କ ଦେବାକୁ ପଛାଇଲା ନାହିଁ ମାଆ।
ଏପରିକି ସେମାନଙ୍କୁ ଗୋଟିଏ ରୁମ୍ରେ ବନ୍ଦ କରି ୩ ଦିନ ହେଲାଣି ଗରମ ଷଣ୍ଡୁଆସୀରେ ଚେଙ୍କ ଦେଉଥିଲା। ଫଳରେ ପିଲା ଦୁଇ ଜଣଙ୍କ ଶରୀରର ବିଭିନ୍ନ ସ୍ଥାନରେ ଫୋଟକା ହୋଇ ଯାଇଛି। ଯନ୍ତ୍ରଣା ଅସହ୍ୟ ହେବାରୁ ସେମାନେ ପାଟି ଫିଟାଇଥିଲେ।
କୌଣସି ସୂତ୍ରରୁ ଖବର ପାଇ ପୋଲିସ୍ ପହଞ୍ଚି ଉଭୟ ପିଲାଙ୍କୁ ଉଦ୍ଧାର କରି ତୁରନ୍ତ ମେଡିକାଲରେ ଭର୍ତ୍ତି କରିଛି। ଏଥିସହ ଏପରି ସାଂଘାତିକ କାଣ୍ଡ ଘଟାଇଥିବା ମହିଳା ଓ ତାଙ୍କ ପ୍ରେମିକକୁ ଗିରଫ କରି ପଚରା ଉଚରା କରୁଛି ପୋଲିସ୍। ପିଲାଙ୍କ ବାପାର ଏତଲା ଆଧାରରେ ସେମାନଙ୍କୁ ଗିରଫ କରାଯାଇଥିବା ସୂଚନା ରହିଛି । ସେହିପରି ପିଲାମାନଙ୍କ ବୟାନ୍ ମଧ୍ୟ ରେକର୍ଡ଼ କରିଛି ପୋଲିସ୍ ।