ଖୋଲିବ ଭୁବନେଶ୍ୱରରୁ ଗିରଫ ଲେଡି ବ୍ଲାକମେଲରଙ୍କ ଗୁମର, ରିମାଣ୍ଡରେ ଆଣିବାକୁ କୋର୍ଟରେ ଆବେଦନ କରିବ ଖଣ୍ଡଗିରି ଥାନା ପୋଲିସ୍

ଭୁବନେଶ୍ୱର(କେନ୍ୟୁଜ): ଖୋଲିବ ଭୁବନେଶ୍ୱରରୁ ଗିରଫ ଲେଡି ବ୍ଲାକମେଲରଙ୍କ ଗୁମର । ଗିରଫ ଅର୍ଚ୍ଚନା ନାଗଙ୍କୁ ରିମାଣ୍ଡରେ ଆଣି ତଥ୍ୟ ବାହାର କରିବ ଖଣ୍ଡଗିରି ଥାନା ପୋଲିସ । ଏଥିପାଇଁ କୋର୍ଟରେ ଆବେଦନ କରିବ । ରିମାଣ୍ଡରେ ଆଣି ଅର୍ଚ୍ଚନାଙ୍କ ପାଖରୁ ବ୍ଲାକମେଲିଂର ଗୋଟି ଗୋଟି ସତ ବାହାର କରିବ ପୋଲିସ । କେମିତି ପ୍ରତିଷ୍ଠିତ ବ୍ୟକ୍ତିଙ୍କୁ ଫସାଉଥିଲେ ? କେଉଁମାନଙ୍କୁ ଟାର୍ଗେଟ କରୁଥିଲେ ଅର୍ଚ୍ଚନା ? ପ୍ରତିଷ୍ଠିତ ବ୍ୟକ୍ତିଙ୍କର ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓ ଓ ଫଟୋ କେଉଁଠି ସୁଟ୍‌ କରୁଥିଲେ ? କେଉଁମାନଙ୍କୁ ଧମକାଇ ଟଙ୍କା ହାତେଇଛନ୍ତି ? ନିଜକୁ ଓକିଲ ପରିଚୟ ଦେଇ ଲୋକଙ୍କୁ ଧମକାଉଥିଲେ ଅର୍ଚ୍ଚନା ।

ବ୍ଲାକମେଲ୍‌ କରିବା ପଛରେ କେବଳ ଅର୍ଚ୍ଚନା ନା ଆଉ କେହି ସଂପୃକ୍ତ ? ଏଭଳି ଅନେକ ପ୍ରଶ୍ନର ଉତ୍ତର ତାଙ୍କ ମୁହଁରୁ ବାହାର କରିବ ଖଣ୍ଡଗିରି ଥାନା ପୋଲିସ । ତାଙ୍କ ପାଖରୁ ଜବତ ହୋଇଛି ୪ଟି ମୋବାଇଲ୍‌, ୨ଟି ଲାପଟପ୍‌, ପେନ୍‌ ଡ୍ରାଇଭ୍‌ ଓ ଘର ସିସିଟିଭି ହାର୍ଡଡିସ୍କ । ଏସବୁ ଯାଞ୍ଚ କରିବ ପୋଲସ୍‌ । ପ୍ରତିଷ୍ଠିତ ବ୍ୟକ୍ତିଙ୍କୁ ବ୍ଲାକମେଲ୍‌ କରିବା ଅଭିଯୋଗରେ ଅର୍ଚ୍ଚନା ନାଗଙ୍କୁ ପୋଲିସ ଗିରଫ କରିଥିବା ସୂଚନା ମିଳିଛି । ପୂର୍ବରୁ ତାଙ୍କ ନାଁରେ ନୟାପଲ୍ଲୀ ଥାନାରେ ଏତଲା ଦେଇଥିଲେ ସିନେ ପ୍ରଯୋଜକ ଅକ୍ଷୟ ପରିଜା । ଜଣେ ୨୩ ବର୍ଷୀୟ ଯୁବତୀଙ୍କ ସହ ମିଶି ଅପରାଧିକ ଷଡ଼ଯନ୍ତ୍ର ଯୋଜନା କରିଥିବା ଏତଲାରେ ଦର୍ଶାଇଥିଲେ ଅକ୍ଷୟ ପରିଜା ।

ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓ ଭାଇରାଲ୍‌ କରିବାକୁ ଧମକାଇଥିଲେ । ଆପୋଷ ବୁଝାମଣା କରିବାକୁ କହିବା ସହ ମାଗିଥିଲେ ୩ କୋଟି ଟଙ୍କା । ହୋଟେଲ୍‌ ସ୍ୟାଣ୍ଡି ଟାଓ୍ଵାରରେ ଅର୍ଚ୍ଚନାଙ୍କୁ ଭେଟିଥିବା ନିଜ ଏତଲାରେ ଦର୍ଶାଇଥିଲେ ଅକ୍ଷୟ ପରିଜା । ଆଗକୁ ଅକ୍ଷୟ ପରିଜାଙ୍କ କେସକୁ ଅର୍ଚ୍ଚନାଙ୍କ ସହ ଟ୍ୟାଗ୍‌ କରିବ ନୟାପଲ୍ଲୀ ଥାନା ପୋଲିସ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.