ଜନଶୁଣାଣିରେ ଜବାବ ମାଗିଲେ ମହିଳା, ପୁଣି ମିଳିଲା ଖାଲି ପ୍ରତିଶୃତି

ମହିଳାଙ୍କ ଅଭିଯୋଗ । କହିଲେ ଗାଁ କୁ ରାସ୍ତା ନାହିଁ , ଗାଁ ରେ ଅଙ୍ଗନବାଡ଼ି କେନ୍ଦ୍ର ନାହିଁ, କି ଆମ ଗାଁ କୁ ଆମ୍ୱଲାନ୍ସ ଆସୁନି । ଆମେ ଚଳିବୁ କେମିତି ? ଜିଲ୍ଲାପାଳଙ୍କ ଜନଶୁଣାଣି ଚାଲିଥିବା ସମୟରେ ଅଭିଯୋଗ କଲେ ଜଣେ ଆଦିବାସୀ ମହିଳା । ଯାହାର ଭିଡ଼ିଓ ଏବେ ଭାଇରାଲ ହୋଇଛି ।

ମହାକାଳପଡା(କେନ୍ୟୁଜ୍): ମହିଳାଙ୍କ ଅଭିଯୋଗ । କହିଲେ ଗାଁ କୁ ରାସ୍ତା ନାହିଁ , ଗାଁ ରେ ଅଙ୍ଗନବାଡ଼ି କେନ୍ଦ୍ର ନାହିଁ, କି ଆମ ଗାଁ କୁ ଆମ୍ୱଲାନ୍ସ ଆସୁନି । ଆମେ ଚଳିବୁ କେମିତି ? ଜିଲ୍ଲାପାଳଙ୍କ ଜନଶୁଣାଣି ଚାଲିଥିବା ସମୟରେ ଅଭିଯୋଗ କଲେ ଜଣେ ଆଦିବାସୀ ମହିଳା । ଯାହାର ଭିଡ଼ିଓ ଏବେ ଭାଇରାଲ ହୋଇଛି ।

କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ବ୍ଲକ ପେଟଛେଲା ପଂଚାୟତର ଜଙ୍ଗଳଘେରି ଗ୍ରାମରେ ଆଜି ଯାଏ ନାହିଁ ସବୁଦିନିଆ ରାସ୍ତା । ମୁଖ୍ୟ ରାସ୍ତା ପାଖରୁ ପ୍ରାୟ ୨ କିଲୋମିଟର ଏହି ଜଙ୍ଗଲଘେରି ଗ୍ରାମର ରାସ୍ତା ଶୋଚନୀୟ ହୋଇପଡ଼ିଛି । ଏ ସମସ୍ୟା ଆଜିର ନୁହେଁ ବର୍ଷ ବର୍ଷ ର । ଗାଁ କୁ ରାସ୍ତା ଟିଏ ନ ଥିବାରୁ ଜରୁରୀକାଳୀନ ସେବାରୁ ବଂଚିତ ଅଛନ୍ତି ଏହି ଲୋକମାନେ ।

ଗ୍ରାମରେ ଅଙ୍ଗନବାଡ଼ି କେନ୍ଦ୍ର ନ ଥିବାରୁ ଶିକ୍ଷାରୁ ବଂଚିତ ଅଛନ୍ତି ଏହି ଗ୍ରାମର ପିଲାମାନେ । ଜନପ୍ରତିନିଧିଙ୍କ ଠାରୁ ଆରମ୍ଭ କରି ପ୍ରଶାସନିକ ଅଧିକାରୀଙ୍କୁ ରାସ୍ତାଟିଏ ପାଇଁ ଗୁହାରି କଲେ ମିଳୁଛି ଖାଲି ପ୍ରତିଶୃତି । ବାଧ୍ୟ ହୋଇ ଗ୍ରାମ ପାଖରୁ ୨୫ କିଲୋମିଟର ଦୂର ବ୍ଲକ କାର୍ଯ୍ୟାଳୟରେ ଚାଲୁଥିବା ଜିଲ୍ଲାପାଳଙ୍କ ମିଳିତ ଜନଶୁଣାଣିରେ ଅଭିଯୋଗ କରିଛନ୍ତି ଗ୍ରାମର ମହିଳା ଦୁଃଖୀ ଭକ୍ତା ।

ଶିକ୍ଷାଦିକ୍ଷାରୁ ବଂଚିତ ଏହି ଆଦିବାସୀ ମହିଳାଙ୍କ କଥା ଜନଶୁଣାଣି ଶିବିରରେ ଯେତିକି ମନୋରଞ୍ଜନ କରୁଥିଲା ପ୍ରଶାସନିକ ଅଧିକାରୀ ସେତିକି ଅକଲ ଗୁଡ଼ୁମ ହୋଇଯାଇଥିଲା । ବାଧ୍ୟ ହୋଇ ପ୍ରଶାସନ ମହିଳାଙ୍କ ଗ୍ରାମକୁ ଯାଇ ସମସ୍ୟା ଦେଖିବା ପାଇଁ ପ୍ରତିଶୃତି ଦେଲେ । ଯାହାର ଭିଡ଼ିଓ ଏବେ ଭାଇରାଲ ହୋଇଥିଲେ ସୁଦ୍ଧା ପ୍ରଶାସନିକ ଅଧିକାରୀଙ୍କ କିନ୍ତୁ ଦେଖା ମିଳିଲାନି ।

ଦୀର୍ଘ ବର୍ଷ ହେବ ଏହି ଜଙ୍ଗଲଘେରି ଗ୍ରାମରେ ୩୦ ରୁ ଊର୍ଧ୍ୱ ଆଦିବାସୀ ପରିବାରର ପ୍ରାୟ ୧୦୦ ରୁ ଅଧିକ ଲୋକ ବସବାସ କରନ୍ତି । ସମସ୍ତେ ପ୍ରାୟ ମୂଲ ମଜୁରୀ ଲାଗି ପରିବାର ପ୍ରତିପୋଷଣ କରିଥାନ୍ତି । ଗ୍ରାମରେ ଆଜି ଯାଏ ଦୂର ହୋଇନି ମୈାଳିକ ସମସ୍ୟା । ଜରୁରୀକାଳୀନ ସେବା ହେଉ କିମ୍ୱା ଶିକ୍ଷାଦିକ୍ଷା ସବୁଥିରୁ ବଂଚିତ ଅଛନ୍ତି ଏହି ଲୋକମାନେ । ପ୍ରଶାସନିକ ଅଧିକାରୀଙ୍କ ପ୍ରତିଶୃତିରେ ଘାଇଲା ହେଲେଣି ଏହି ଗ୍ରାମର ଲୋକମାନେ । ଏବେ ପ୍ରଶାସନିକ ଅଧିକାରୀଙ୍କ ଦେଖା ନମିଳିବା ସହ ଗ୍ରାମକୁ ସ୍ଥାୟୀ ରାସ୍ତା ନ ହେବା ଭଳି ସମସ୍ୟା ରେ ଛନ୍ଦି ହୋଇ ଭୋଟ ବର୍ଜ୍ଜନ କରିବେ ବୋଲି ଚେତାବନୀ ଦେଇଛନ୍ତି ଏହି ଜଙ୍ଗଳଘେରୀ ଗ୍ରାମର ଲୋକମାନେ ।

ପ୍ରଶାସନର ପ୍ରତିଶୃତି କାର୍ଯ୍ୟରେ ଲାଗିବ ନା ପୁଣି ମିଳିବ ଖାଲି ପ୍ରତିଶୃତି । ବିକାଶ ଠୁ ବହୁ ଦୂରରେ ଥିବା ଏହି ଜଙ୍ଗଲଘେରି ଗ୍ରାମର ମୈାଳିକ ସମସ୍ୟା କେବେ ଦୂର ହେବ ତାହା ଦେଖିବାକୁ ବାକି ରହିଲା।

 

 

You might also like