ପାରିବାରିକ କଳହରୁ ଅଭାବନୀୟ ଘଟଣା, ୨ ଛୁଆଙ୍କୁ କୂଅକୁ ଠେଲି ମାରିଲା ମାଆ

ରାଇକିଆ(କେନ୍ଯୁଜ୍): ପାରିବାରିକ କଳହର କରୁଣ ପରିଣତି । ବାପା, ମାଆଙ୍କ କଳହ ଭିତରେ ଚାଲିଗଲା ୨ ଛୁଆଙ୍କ ଜୀବନ । ଫୁଲବାଣୀ ରାଇକିଆ ଖ୍ରୀଷ୍ଟିଆନ ସାହିରେ ଏଭଳି ଅଭାବନୀୟ ଘଟଣା ଘଟିଛି।

ସୂଚନାନୁଯାୟୀ, ରାଜେଶ ପାତ୍ର ଓ ତାଙ୍କ ପତ୍ନୀ ଲକ୍ଷ୍ମୀପାତ୍ରଙ୍କ ମଧ୍ୟରେ କୌଣସି କାରଣରୁ କଳହ ହୋଇଥିଲା। ଏଥିରେ ରାଗିଯାଇ ଭାଗ୍ୟଲକ୍ଷ୍ମୀ ତାଙ୍କ ଦୁଇ ଛୁଆଙ୍କୁ ନେଇ ଆତ୍ମହତ୍ୟା କରିବାକୁ ଯାଇଥିଲେ । ପ୍ରଥମେ ଦୁଇଛୁଆଙ୍କୁ କୂଅକୁ ଠେଲି ଦେଇ କୂଅ ପାଖରେ ବସି କାନ୍ଦୁଥିବା ସୂଚନା ମିଳିଛି । ଖବରପାଇ ଅଗ୍ନିଶମବାହିନୀ ପହଂଚି ଦୁଇ ଛୁଆଙ୍କୁ ଉଦ୍ଧାର କରି ସ୍ୱାସ୍ଥ୍ୟକେନ୍ଦ୍ରକୁ ଆଣିଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.