ଘଟଗାଁ: ସାମାନ୍ୟ ବଚସାକୁ କେନ୍ଦ୍ର କରି ସ୍ତ୍ରୀକୁ ଟାଙ୍ଗିଆରେ ପିଟି ପିଟି ହତ୍ୟାକଲା ସ୍ୱାମୀ

ଘଟଗାଁ: କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ଥାନା ଅନ୍ତର୍ଗତ ଭଗାମୁଣ୍ଡା ଖେଳିଆମୁଣ୍ଡା ସାହିରେ ଅଭାବନୀୟ ଘଟଣା । ଟାଙ୍ଗିଆରେ ସ୍ତ୍ରୀକୁ ପିଟି ହତ୍ୟାକଲା ସ୍ୱାମୀ । ପୁଲିସ ସ୍ୱାମୀ ମହେଶ୍ୱର ମାଝୀକୁ ଅଟକ ରଖି ତଦନ୍ତ ଚଳାଇଛି । ସୂଚନା ଅନୁଯାଇ ମହେଶ୍ୱର ଓ ତାଙ୍କ ପତ୍ନୀ ବିଜ ମାଝୀ ଧାନ ବିଲକୁ ଧାନ କାଟିବାକୁ ଯାଇଥିଲେ । ସେଠାରେ ଉଭୟଙ୍କ ମଧ୍ୟରେ କୌଣସି କାରଣକୁ ନେଇ ଝଗଡା ହୋଇଥିଲା । ଏଥିରେ ଉତ୍ୟକ୍ତ ହୋଇ ମହେଶ୍ୱର ବିଜକୁ ମାଡମାରିଥିଲା । ସେଠରୁ ବିଜ ଚାଲିଆସି ନିଜ ସମ୍ପର୍କୀୟଙ୍କ ଘରକୁ ପଳାଇ ଯାଇଥିଲା । ମହେଶ୍ୱର ସେଠାକୁ ଯାଇ ବିଜକୁ ପୁଣି ମାଡ ମରିବା ସହ ଟାଙ୍ଗିଆରେ ପିଟି ହତ୍ୟା କରିଥିଲା । ଗ୍ରାମବାସୀ ମହେଶ୍ୱରକୁ ଅଟକ ରଖି ହରିଚନ୍ଦନପୁର ଥାନାକୁ ଖବର ଦେଇଥିଲେ । ଖବର ପାଇ ପୋଲିସ ପହଚିଁ ଶବକୁ ଜବତ କରି ତଦନ୍ତ ଚଳାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.