ରାଜନଗର : ରାଜନଗର ମହିଳା ବିଡିଓଙ୍କୁ ଆକ୍ରମଣ ଘଟଣାର ତଦନ୍ତ ନିର୍ଦ୍ଦେଶ । ମାମଲା ରୁଜୁ କଲା ପୋଲିସ । ସେପଟେ ଘଟଣାକୁ ନିନ୍ଦା କରିଛି ଓଏଏସ ସଂଘ । ଆକ୍ରମଣକାରୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ସଂଘର ଦାବି । ଏନେଇ ଜିଲ୍ଲାପାଳଙ୍କ ନିକଟରେ ଫେରାଦ ହେଲା ଓଏଏସ୍ ସଂଘ । ଦୋଷୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଗଲେ ଆନ୍ଦୋଳନ ଚେତାବନୀ ଦେଇଛି । ଘଟଣା ପରେ ଛୁଟିରେ ଗଲେ ବିଡ଼ିଓ ତିଳୋତ୍ତମା ପୃଷ୍ଟି । ସେପଟେ ଘଟଣାକୁ ୪ ଦିନ ପରେ ବି କୌଣସି କାର୍ଯ୍ୟାନୁଷ୍ଠାନ ନ ହୋଇଥିବାରୁ ସରପଞ୍ଚ ସଂଘର ପ୍ରତିବାଦ । ବ୍ଲକ ଅଫିସ ରେ ତାଲା ପକାଇଲା ସରପଞ୍ଚ ସଂଘ । ବ୍ଲକରେ ଅଚଳା ଅବସ୍ଥା ଜାରି । ସରକାରୀ କାର୍ଯ୍ୟ ଠପ ରହିଛି ।
ଆହୁରି ପଢ଼ନ୍ତୁ : ପୀତାବାସ ପଣ୍ଡା ହତ୍ୟା ମାମଲାରେ ୩୦ ହଜାର ପୃଷ୍ଠାର ଚାର୍ଜସିଟ୍ ଦାଖଲ