ଅଫିସ ଭିତରେ ଯୋଗାଣ ସହାୟକଙ୍କୁ ଚପଲରେ ମାଡ ମାରିଲେ ମହିଳା, ଭିଡିଓ ଭାଇରାଲ

ବଲାଙ୍ଗିର: ଯୋଗାଣ ସହାୟକଙ୍କୁ ଚପଲରେ ମାଡ । ଅଫିସ ଭିତରେ ଚପଲରେ ମାଡ ମାରିଲେ ମହିଳା । ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଲକ ବୁଦଲା ପଞ୍ଚାୟତରେ ଅଭାବନୀୟ ଘଟଣା ଘଟିଛି । ଯୋଗାଣ ସହାୟକଙ୍କୁ ଜଣେ ମହିଳା ମାଡ଼ ମାରୁଥିବାରୁ ଭିଡିଓ ଭାଇରାଲ ହେବାରେ ଲାଗିଛି । ଯୋଗାଣ ସହାୟକ ଜଣକ ମହିଳାଙ୍କ ଆପତ୍ତିଜନକ ଭିଡିଓ ଭାଇରାଲ କରିଥିବା ଅଭିଯୋଗ ହୋଇଛି ।

ମହିଳା ଜଣକ ପ୍ରତିବାଦ କରିବାରୁ ଯୋଗାଣ ସହାୟକ ତାଙ୍କୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିଥିଲେ । ଏପରିକି ମହିଳାଙ୍କୁ ଜୀବନରୁ ମାରିଦେବାକୁ ଧମକ ଦେଇଥିିବା ଥାନାରେ ଅଭିଯୋଗ କରିଛନ୍ତି ମହିଳା। ଅଭିଯୋଗ ପରେ ମାମଲା ରୁଜୁ କରି ତଦନ୍ତ କରୁଛି ପୋଲିସ । ଅଭିଯୋଗ ଅନୁଯାୟୀ, ପ୍ରାୟ ଦେଢବର୍ଷ ତଳେ ଯୋଗାଣ ସହାୟକ ଜଣକ ପିଡିଏସ୍ ଚାଉଳ ନେବାକୁ ମହିଳାଙ୍କୁ ଡାକିଥିଲେ । ସେଠାରେ ମହିଳାଙ୍କ ସହ ଅସଦାଚରଣ କରିଥିଲେ । ଏପରିକି ଭିଡିଓ କରି ଭାଇରାଲ କରିଥିଲେ ଯୋଗାଣ ସହାୟକ।

 

You might also like