ଗୁଣିଗାରେଡି ସନ୍ଦେହରେ ମହିଳାଙ୍କୁ ଟାଙ୍ଗିଆରେ ହାଣି ହତ୍ୟା, ଗାଁରେ ଲାଗି ରହିଛି ଉତ୍ତେଜନା

ନବରଙ୍ଗପୁର:  ଗୁଣିଗାରେଡି ସନ୍ଦେହରେ ମହିଳାଙ୍କୁ ହତ୍ୟା । ନବରଙ୍ଗପୁର ଜିଲ୍ଲା ଉମରକୋଟ ଥାନା ଅନ୍ତର୍ଗତ ନାଙ୍ଗଲସିଲ୍ ଗାଁ ରେ ହତ୍ୟାକାଣ୍ଡ । ଗାଁରେ ଜଣେ ନାବାଳକର ମୃତ୍ୟୁକୁ କେନ୍ଦ୍ର ଗୁଣିଗାରେଡି ସଂଦେହରେ ହତ୍ୟାକାଣ୍ଡ ଘଟିଛି । ମୃତ ମହିଳାଙ୍କ ନାଁ ବର୍ଷ ଶାନ୍ତା । ତାଙ୍କୁ ମନ୍ଦ ଶାନ୍ତା ଟାଙ୍ଗିଆରେ ହାଣି ହତ୍ୟା କରିଥିବା ଅଭିଯୋଗ ହୋଇଛି ।

ଅଭିଯୋଗ ଅନୁଯାୟୀ ନାଙ୍ଗଲସିଲ୍ ଗାଁର ମନ୍ଦ ଶାନ୍ତାର ୧୨ ବର୍ଷର ପୁଅ ବନି ସାନ୍ତାର ଦେହ ଖରାପ ଥିବାରୁ ତାର ମୃତ୍ୟୁ ଘଟିଥିଲା ।  ତେବେ ଗୁଣିଗାରେଡି କରି ମାରିଥିବା ସନ୍ଦେହରେରେ ବାର୍ଷ ସାନ୍ତାକୁ ହତ୍ୟା କରିଥିଲା ମନ୍ଦ । ହତ୍ୟାକାରୀ ମନ୍ଦ ସାନ୍ତାକୁ ଗ୍ରାମବାସୀ ଘର ଭିତରେ ହାତ ଗୋଡ଼ ବାନ୍ଧି ରଖିଥିଲେ । ଘଟଣା ପରେ ବାର୍ଷଙ୍କ ସ୍ବାମୀ ପୋଲାଦୁ ଶାନ୍ତା ଉମରକୋଟ ଥାନାରେ ଏତଲା ଦେଇଛନ୍ତି । ଉମରକୋଟ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରଥିଲା । ସେପଟେ ମହିଳାଙ୍କ ହତ୍ୟାକୁ ନେଇ ଗାଁରେ ଉତ୍ତେଜନା ଦେଖାଦେଇଥିଲା ।

 

ଆହୁରି ପଢ଼ନ୍ତୁ :  ସାଇକେଲ ଆରୋହୀଙ୍କୁ ଧକ୍କା ଦେଲା ପିକଅପ୍ ଭ୍ୟାନ, ଦୁର୍ଘଟଣା ପରେ କଟା ହାତ ନେଇ ପଳାଇଲା ଗାଡି