ମାଣବସା ଗୁରୁବାରରେ ଅଘଟଣ, ପୂଜା ବେଳେ ଦୀପରୁ ନିଆଁ ଲାଗି ମହିଳା ଗୁରୁତର ଆହତ

ସୁନ୍ଦରଗଡ଼ (କେନ୍ୟୁଜ୍) : ଘରର ମଙ୍ଗଳ ଓ ସୁଖ ସମୃଦ୍ଧି ପାଇଁ ପ୍ରତ୍ୟେକ ଓଡିଆ ଘରେ ମାର୍ଗଶିର ମାସ ଗୁରୁବାର ଦିନ ଲକ୍ଷ୍ମୀ ପୂଜା କରାଯାଇଥାଏ। ମାଣ ବସାଇ, ଝୋଟି ପକାଇ ଅଧ ରାତିରୁ ଉଠି ଘରର ମହିଳାମାନେ ପୂଜା କରିଥାନ୍ତି । ତେବେ ଅ।ଜି ସେହି ପୂଜା ସମୟରେ ଘଟିଛି ଅଘଟଣ । ପୂଜାରେ ବସିଥିବା ଦୀପରୁ ନିଅଁ। ଲାଗି ଜଣେ ମହିଳା ଗୁରୁତର ଆହତ ହୋଇଛନ୍ତି । ତାଙ୍କୁ ରାଉରକେଲା ଅ।ଇଜିଏଚକୁ ସ୍ଥାନାନ୍ତର କରାଯାଇଛି।

ଘଟଣା ଘଟିଛି ରାଜଗାଙ୍ଗପୁର ବ୍ଲକ କଲୋନୀରେ। ପ୍ରମିଳା ସାହୁ ନାମକ ଜଣେ ମହିଳା ନିଜ ଘରେ ସକାଳୁ ସକାଳୁ ପୂଜା କରୁଥିବା ବେଳେ ସମାନ୍ୟ ଅସାବଧାନତା ଯୋଗୁଁ ତାଙ୍କ ଶାଢ଼ିରେ ନିଅଁ। ଲାଗିଯାଇଥିଲା । ଫଳରେ ମହିଳାଙ୍କ ଶରୀରର ଅନେକ ଅଂଶ ପୋଡିଯାଇଛି। ତେବେ ନିଅଁ। ଲାଗିବା ପରେ ମହିଳା ଜଣକ ଚିତ୍କାର କରିବା ଫଳରେ ଘର ଲୋକ ଆସି ତୁରନ୍ତ ନିଅଁ। ଲିଭାଇ ଦେଇଥିଲେ । ପରେ ତାଙ୍କୁ ପ୍ରଥମେ ରାଜଗାଙ୍ଗପୁର ଡାକ୍ତରଖାନା ନେଇଥିଲେ । ସେଠାରୁ ପ୍ରମିଳାଙ୍କୁ ରାଉରକେଲା ସ୍ଥାନାନ୍ତର କରାଯାଇଛି।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.