ଚୋରି ଧରା ପଡ଼ିବା ପରେ ପ୍ରତିଶୋଧ ନେଲା ବୋହୂ, ଶାଶୁ ଦେହରେ ଲଗାଇଦେଲା ନିଆଁ

ମାଲକାନଗିରି: ଶାଶୁକୁ ପୋଡ଼ିଲା ବୋହୂ । ଶୋଇଥିବା ବେଳେ ଶାଶୁ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇଲା । ଗୁରୁତର ଶାଶୁ ରାୟପୁର ମେଡିକାଲ ସ୍ଥାନାନ୍ତର ।  ମାଲକାନଗିରି ଥାନା ଅନ୍ତର୍ଗତ ଏମଭି ୧୮ ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା ।

ସୂଚନା ଅନୁସାରେ ଟଙ୍କା ଚୋରି ଧରା ପଡ଼ିବା ପରେ ପ୍ରତିଶୋଧ ପରାୟଣ ହୋଇ ଶାଶୁ ଦେହରେ ନିଆଁ ଲଗାଇ ଦେଇଛି ବୋହୂ ।  ଶାଶୁ ରେଣୁକା ବୈଦ୍ୟ ନିଜ ଘରେ ଶୋଇଥିବା ବେଳେ ବୋହୂ ଜୟା ପ୍ରେଟ୍ରାଲ ଢାଳି ନିଆଁ ଲଗାଇ ଦେଇଥିଲା । ନିଆଁ ଲଗାଇବା ପରେ କବାଟ ବନ୍ଦ କରି ଚାରି ବର୍ଷର ପୁଅକୁ ନେଇ ବାପ ଘରକୁ ଚାଲିଯାଇଛି ।  ଗାଁ ଲୋକ ଜାଣିବା ପରେ ଗୁରୁତର ରେଣୁକାଙ୍କୁ ଉଦ୍ଧାର କରି ପ୍ରଥମେ ମାଲକାନଗିରି ଜିଲ୍ଲା ସଦର ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । କିନ୍ତୁ ରେଣୁକାଙ୍କ ଶରୀରର ୬୦ ପ୍ରତିଶତ ପୋଡ଼ିଯାଇଥିବାରୁ ଛତିଶଗଡ଼ର ରାୟପୁରକୁ ସ୍ଥାନାନ୍ତିର କରାଯାଇଛି ।  ଏନେଇ ସ୍ବାମୀ ଅବିନାଶ ବୈଦ୍ୟ ନିଜ ସ୍ତ୍ରୀ ନାଁରେ ମାଲକାନଗିରି ଥାନାରେ ଏତଲା ଦେଇଛନ୍ତି ।  ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।

 

ଆହୁରି ପଢ଼ନ୍ତୁ : ରେଳ ଲାଇନରୁ ଉଦ୍ଧାର ହୋଇଛି ଯୁବକର ମୃତଦେହ, ସାରା ଅଞ୍ଚଳରେ ଖେଳିଯାଇଛି ଭୟର ବାତାବରଣ