ଝିଅ ଓ ମହିଳାମାନେ ରୁହନ୍ତୁ ସାବଧାନ୍, ନଚେତ ଏ ଲେଡି ବ୍ଲାକମେଲରଙ୍କ ହାବୁଡରେ ଥରେ ପଡିଲେ ଏଥିରୁ ବାହାରିବା ଭାରି ମୁସକିଲ
ଯେମିତି ଏ ମହିଳା ଫସିଛନ୍ତି ସେମିତି ଆପଣ ବି ଫସିପାରନ୍ତି ଆଜ୍ଞା । ଏ ଲେଡି ବ୍ଲାକ ମେଲର ଏବେ ଅଛନ୍ତି ପୂରା ଚର୍ଚ୍ଚାରେ । ଜଣେ ମହିଳାଙ୍କୁ ଏମିତି ହନ୍ତସନ୍ତ କରୁଥିଲେ ଯେ ମହିଳା ଜଣଙ୍କ ଭାବି ପାାରୁନଥିଲେ କଣ କରିବେ ବୋଲି ।

ଭୁବନେଶ୍ୱର (କେନ୍ୟୁଜ) : ଝିଅ ଓ ମହିଳାମାନେ ରୁହନ୍ତୁ ସାବଧାନ୍ । ନଚେତ କେତେବେଳେ ପଡିପାରନ୍ତି ଏମିତି ବ୍ଲାକମେଲରଙ୍କ ହାବୁଡରେ । ଏ ଲେଡି ବ୍ଲାକମେଲରଙ୍କ ହାବୁଡରେ ଥରେ ପଡିଲେ ଏଥିରୁ ବାହାରିବା ଭାରି ମୁସକିଲ । ଯେମିତି ଏ ମହିଳା ଫସିଛନ୍ତି ସେମିତି ଆପଣ ବି ଫସିପାରନ୍ତି ଆଜ୍ଞା । ଏ ଲେଡି ବ୍ଲାକ ମେଲର ଏବେ ଅଛନ୍ତି ପୂରା ଚର୍ଚ୍ଚାରେ । ଜଣେ ମହିଳାଙ୍କୁ ଏମିତି ହନ୍ତସନ୍ତ କରୁଥିଲେ ଯେ ମହିଳା ଜଣଙ୍କ ଭାବି ପାାରୁନଥିଲେ କଣ କରିବେ ବୋଲି ।
ହଁ ଆଜ୍ଞା ଏବେ ଏ ଲେଡି ବ୍ଲାକମେଲର ଧରାପଡିଛନ୍ତି କମିଶନରେଟ ପୋଲିସ କବଜାରେ । ମହିଳାଙ୍କୁ ବ୍ଲାକମେଲିଂ କରିବା ଅଭିଯୋଗରେ ଅଭିଯୁକ୍ତକୁ ଗିରଫ କରିଛି ସାଇବର ଥାନା ପୋଲିସ । ଗିରଫ ଲେଡି ବ୍ଲାକମେଲର ବାଲେଶ୍ୱର ଜିଲ୍ଲା ସହଦେଵଖୁଣ୍ଟା ଅଂଚଳର ସସ୍ମିତା ଜେନା । ଜଣେ ବିବାହିତା ମହିଳାଙ୍କୁ ଫୋନ୍ କରି ତାଙ୍କର ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓ ଭାଇରଲ କରିବାକୁ ଧମକ ଦେଉଥିଲେ । ଏଥିରେ ଅଭିଯୋଗକାରିଣୀଙ୍କ ପୁରୁଷ ବନ୍ଧୁ ମଧ୍ୟ ସାମିଲ ଥିଲେ। ଏମିତି ଧମକ ପାଇବା ପରେ ମହିଳା ଜଣକଙ୍କ ମୁଣ୍ଡ କାମ କଲାନାହିଁ କଣ କରିବେ ।
କାହିଁକିନା ଏମିତି ବ୍ଲାକମେଲିଂ କରି ବିଭିନ୍ନ ସମୟରେ ଅଭିଯୋଗକାରିଣୀଙ୍କ ପାଖରୁ୨ ଲକ୍ଷ ଟଙ୍କା ମଧ୍ୟ ନେଇଯାଇଛନ୍ତି । ତେବେ କିନ୍ତୁ ଏହା ଅତିଶୟ ହେଲା ଉକ୍ତ ମହିଳା ସାଇବର ଥାନାରେ ଅଭିଯୋଗ କଲେ । ଏନେଇ ସାଇବର ଥାନାରେ ଅଭିଯୋଗ ପରେ ପୋଲିସ ସସ୍ମିତାଙ୍କୁ ଗିରଫ କରିଥିଲା ବେଳେ ଅନ୍ୟ ଅଭିଯୁକ୍ତ ମାନେ ଫେରାର ଅଛନ୍ତି । ତେବେ ଏହି ଲେଡି ବ୍ଲାକମେଲର ନିକଟରୁ ମୋବାଇଲ ଫୋନ, ଡେବିଟ କାର୍ଡ, ଚେକ ବୁକ ଓ ପାସବୁକ ଜବତ କରାଯାଇଛି ।
ଆପଣ କେବେ ଆଉ ସତର୍କ ସଚେତନ ହେବେ । ନିଜ ଅନ୍ତରଙ୍ଗ ମୁହୂର୍ତ୍ତର ଫଟୋ ଭିଡିଓକୁ କାହିଁକି ରେକର୍ଡ କରୁଛ ଯାହା ପରବର୍ତ୍ତୀ ସମୟରେ ଆପଣଙ୍କ ମୁଣ୍ଡବ୍ୟଥାର କାରଣ ପାଲଟୁଛି । ତେଣୁ ଏଥିପ୍ରତି ସଜାଗ ରୁହନ୍ତୁ । ନଚେତ ପ୍ରତିଦନ ଏପରି ମାମଲାରେ ଅନେକ ଝିଅ ଓ ମହିଳା ଫସୁଛନ୍ତି ଏମିତି ବ୍ଲାକମେଲରଙ୍କ ଜାଲରେ । କିଏ ସାମ୍ନା କରୁଛି ତ ଆଉ କିଛି ନିଜ ସମ୍ମାନକୁ ଜଗି ପ୍ରାଣ ହରାଉଛି । ସେଥିପାଇଁ ଏହାକୁ ଗୁରୁତ୍ୱର ସହ ନେଇ ଏପରି କରିବା ଠାରୁ ନିବୃତ୍ତ ରୁହନ୍ତୁ ।